STORYMIRROR

Anupama Sahu

Romance

4  

Anupama Sahu

Romance

ତୁମ ଶାଶ୍ଵତ ପ୍ରେମରେ

ତୁମ ଶାଶ୍ଵତ ପ୍ରେମରେ

1 min
169


ରୁହ ଆଉ ଟିକେ ରୁହ 

ଏମିତି ଝରି ଯାଅନା 

ଏବେ ବୃନ୍ତଚ୍ୟୁତ ହେବାରେ 

ସମୟ ନୁହେଁ, 

ନିସ୍ତବ୍ଧ ନିଶିର ଘନତାକୁ ଭେଦି 

ମୁଁ ଫେରି ଆସିବି 

ଯେତେବେଳେ ମୁକୁଳା 

ଆକାଶ ଛାତିରେ 

ହସୁଥିବ ଜହ୍ନ, 

ଟୋପା ଟୋପା ତୁମ 

ପ୍ରୀତିର ବର୍ଷାରେ 

ହେବି ସଦ୍ୟସ୍ନାତା, 

କାମନାର ଫୁଲ ଖୋସି 

ସଜାଇବ ଗଭା ମୋର, 

ମୋ ଥରିଲା ରକ୍ତ ଜବା ଓଠରେ 

ତୁମେ ଲେଖିଦେବ 

ପ୍ରେମର ସ୍ୱର୍ଣ୍ଣାଭ ଅଧ୍ୟାୟ, 

ମୁଁ ସାଉଁଣ୍ଟୁଥିବି ତୁମ 

ବିରହର ଜ୍ୱାଳା, 

ଅନ୍ତ କରି ଯୁଗାନ୍ତ ପ୍ରତୀକ୍ଷା 

ତୁମେ ହଜିଯିବ 

ତୁମ ଯୌବନର ଉଦ୍ଦାମତାରେ 

ଆଉ ମୁଁ ତୁମ 

ଶାଶ୍ୱତ ପ୍ରେମରେ। 


           

            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance