Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Pattanaik

Romance

4  

Rajesh Pattanaik

Romance

ତୁମରି ପାଇଁ

ତୁମରି ପାଇଁ

1 min
204



ତୁମ ପାଇଁ ପଦେ ଲେଖୁଛି ମୁଁ ଆଜି

  ଜୀବନ ସଙ୍ଗିନୀ ପରା

ମଝି ପାହାଚରେ ଛିଡ଼ାହୋଇଅଛି  

  ଭାବୁଛି ଜୀବନେ ହରା  ।


ତୁମେ ଚାଲିଗଲ ବାପ ଘର ତୁମ

  ଛୋଟିଆ କଥାରେ ମୋର

ଅଭିମାନ କାହିଁ ଏତିକି କଥାରେ

  କରି ଦେଲ ମୋତେ ପର ।


ଘର କରି ଥିଲେ ପଥର ପଡିଲେ

  ସହି ବାକୁ ହୁଏ ଜାଣ

ଛୋଟ ଛୋଟ କଥା ଧରିଛ କାହିଁକି

  ଫେରି ଆସ ତୁମେ ରାଣ ।


ଭୁଲ୍ ବି ମାନୁଛି କ୍ଷମା ବି ମାଗୁଛି

 କ୍ଷମା କରିଦିଅ ଥରେ

ଭଲ ପାଏ ବୋଲି କହିଦେଲି ସିନା

  ବିନତି କରୁଛି ବାରେ ।


ବାପ ଘର କଥା କହିବା ନ ଥିଲା 

  ନାହିଁ ମୋର ଅଧିକାର

ତୁମେ ବିତ ମତେ ଅପମାନ କଲ

  ନୁହେଁ କି ଏ ଅବିଚାର ।


ଯାହା ହେବାର ତ ହୋଇଗଲା ଛାଡ଼

  ଭାବି ଲାଭ ନାହିଁ ଆଉ

ଫେରି ଆସ ଏବେ ଘରକୁ ବାହୁଡ଼ି

  ପଛ କଥା ପଛେ ଥାଉ ।


ସାତ ଜନମର ସାଥି ପରା ତୁମେ

  ସାତ ଫେରା ନେଇଥିଲ

ସାତ ରଙ୍ଗେ ଆମ ଜୀବନ ରଙ୍ଗିବା

  କଥା ତୁମେ ଦେଇଥିଲ  ।



Rate this content
Log in

Similar oriya poem from Romance