ଲାଜକୁଳୀ ଲତା
ଲାଜକୁଳୀ ଲତା
ଶୀତ ସକାଳର କଅଁଳିଆ ଖରା
ତୁମେ ଲାଜକୁଳୀ ଲତା,
ଶୀତ ଋତୁ ହେଲେ ମନେପଡ଼ ଭାରି
ଲେଖେ ମୁଁ ପ୍ରେମ କବିତା ।
ଏକା ବସି ଆଜି ଶୀତ ସକାଳରେ
ଭାବୁଥିଲି ତୁମ କଥା,
ତୁମ ସହ ଦେଖା ଏଇ ଲଗନରେ
ଥିଲା ଖାଲି ନୀରବତା ।
ଆଖି ଇସାରାରେ କହିଥିଲ କେତେ
ମନ ଗହନର କଥା,
କଥା ବୁଝିଗଲି ମନ ଦେଇଦେଲି
ଭୁଲି ଯାଇ ସବୁ କଥା ।
ମାସ ପରେ ବର୍ଷ ବିତିଗଲା ଖୋଲା
ରଖିଅଛି ଆଖି ପତା,
କେବେ ଆସି ତୁମେ କହିଦେବ କାନେ
ତୁମ ହୃଦୟର କଥା ।
ଅପେକ୍ଷା କରିଛି ସେଇ ବାର ତିଥି
ଜୀବନେ କେବେ ଆସିବ,
ଶୁଷ୍କ ଏଇ ମାଟି ପ୍ରୀତି ବରଷାରେ
ଭିଜି ଭିଜି ଶାନ୍ତ ହେବ ।
ସେଇ ଦିନ ମୋତେ ଶାନ୍ତି ମିଳିଯିବ
ଆତ୍ମତୃପ୍ତି ମୁଁ ପାଇବି,
ତୁମ ପାଶେ ମୋର ଜୀବନର ସବୁ
ସୁଖ ମୁଁ ଅଜାଡି ଦେବି ।