STORYMIRROR

Dr. Pratap Kumar Swain

Romance

4  

Dr. Pratap Kumar Swain

Romance

ମୋ ଗାଁ ସମୁଦ୍ର ତମ ଗାଁ ନଈ

ମୋ ଗାଁ ସମୁଦ୍ର ତମ ଗାଁ ନଈ

1 min
203


ଆମ ଗାଁ ସମୁଦ୍ର ସଦା ଉଦବେଳିତ 

ବେଳା ଭୂମି ପରେ ଲୋଟେ

ନିମିଷକେ ଯାଏ ପଛକୁ ଫେରି ସେ

ଦୁଃଖ କହି ତାକୁ ସତେ।


ସାଗର ସଦା ଚଳଚଞ୍ଚଳ

ଲହରୀମାଳାକୁ ନେଇ

ବେଳାଭୂମି ପରେ ଲହରୀ ମାନଙ୍କ

ଲୁଚକାଳି ଚାଲିଥାଇ।


ନିରଳସ ଆଉ ନିର୍ବାକ ଆହା

ସତେ ସେହି ବେଳାଭୂମି

ଲାଗେ ସଦା ସିଏ ତପସ୍ୟା ସାଧନେ

ମଗ୍ନ ରହିଛି ପୁଣି।


ଆକାଶ ବକ୍ଷରେ ଶଶାଙ୍କ ଉଦୟେ

ଆକର୍ଷନ୍ତି ରତ୍ନାକର

ଛାତି ଫୁଲାଇ ସେ ବେଳାଭୂମି ପରେ

ଖେଳୁଥାଏ ବାରମ୍ବାର ।


ପୂର୍ଣ୍ଣିମା ଦିନ ଶଶୀ ଓ ସାଗର

ହୋଇଥାନ୍ତି ଏକାକାର

ତଳେ ବେଳାଭୂମି ମିଳନର ସାକ୍ଷୀ

ଉପରେ ଆକାଶ ପୁଣ।


କୃଷ୍ଣ ପକ୍ଷରେ ଆକର୍ଷଣ ପୁଣି

କମିଯାଏ ଧିରେ ଧିରେ

ଲାଗେ ଦୁଇଜଣ ସଂସାର ନୀତି

ପାଳିଥାନ୍ତି ମଉନରେ।


ଅମାବାସ୍ଯାରେ ବୀର ଦର୍ପରେ

ସାଗର ଖୋଜଇ ଶଶୀ

ଆକାଶ ବକ୍ଷରେ ତନ୍ନ ତନ୍ନ ଖୋଜେ

ପ୍ରସାରି ତା ଜଳରାଶି।


ତମ ଗାଁ ନଈ ଧିରେ ଆସେ ବହି

ବହୁପଥ ଅତିକ୍ରମି।

ସାଗର ବୁକୁରେ ମିଳିତ ହୋଇ ସେ

ତୃପ୍ତି ଲଭଇ ପୁଣି।


ଦୁହିଁଙ୍କର ଓଷ୍ଠ ମିଶେ ମୁହାଣରେ

ଅଜସ୍ର ଚୁମ୍ବନେ ପୁଣି

ସବୁ ଦେଖି ମଧ୍ଯ ତୁମେ ଯେ ନୀରବ

ଅଭିନୟ କର ପୁଣି ।


ତୁମ ଗାଁ ନଈ କେତେ ଗାଁ ଡେଇଁ

ମୋ ଗାଁ ସମୁଦ୍ରେ ମିଶେ

ଗତିରୋଧ କହି କରିପାରି ନାହିଁ

ଯେତେ ଆସିଲେ ତା ପଥେ।


ତୁମେ ନଦୀ ତୀରେ ଭ୍ରମଣ କଲେ ବି

ଖୋଜନାହିଁ କେବେ ମୋତେ।


ମୁଁ ନୁହେଁ ସମୁଦ୍ର ଆସିବ ମୋ ପାଶେ

ଆକର୍ଷଣ ର ମୋହେ

ମୁଁ ଏକ ଦ୍ବିପଦ କ୍ଷୁଦ୍ର ମାନବ

ତୁମକୁ ମୁଁ ଭଲପାଏ।


ନଦୀ ସମୁଦ୍ର ର ମିଳନ କୁ ତୁମେ

ପାରିଲନି ଯଦି ବୁଝି

ସମାନ୍ତରାଳ ରେଖାରେ ମୁଁ ଥିବି

ପାରିବନି ମୋତେ ଖୋଜି।


ଆରଜନ୍ମ କୁ ହେବି ମୁହିଁ ଯଦି

ନଦୀ ଅବା କି ସାଗର

ଶାସ୍ବତ ମିଳନ ବାର୍ତ୍ତା ପ୍ରଚାରିବି

ଏ ଜନ ମାନସେ ମୋର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance