Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sukadev Mahanta

Romance

4  

Sukadev Mahanta

Romance

ପ୍ରେମ ତରଙ୍ଗ

ପ୍ରେମ ତରଙ୍ଗ

1 min
187


ପ୍ରେମ ମଧୁମୟ        ପ୍ରେମ ତ ଶାଶ୍ବତ 

       ଦୁଇ ଓଠେ ଭରେ ହସ

ପ୍ରେମ ଚିରସ୍ରୋତା         ପ୍ରଗଳ୍ଭା ତଟିନୀ

         ସଙ୍ଗମର ଅଭିଳାଷ ॥


 ଶିଖରୀ ଶିଳାର        ବୁକୁରୁ  ଝରିସେ

         ବନ୍ଧୁର  ପଥର ଡେଇଁ

କେତେ ଗିରି ବନ         ପ୍ରାନ୍ତର ବୁକୁରେ

        ବହେ ହସ ଭରିଦେଇ ॥


ପ୍ରେମ ସାରସ୍ବତ       ବହେ ଅବିରତ

      ସ୍ରୋତସ୍ବିନୀ ଟିଏ ପରି

ସାଗର ସଂଗମ       ଅଭିଳାଷ ନେଇ

       ବହିଯାଏ ଥିରିଥିରି ॥


ଜଣକ ଓଠର       କମ୍ପନରୁ ସୃଷ୍ଟ

      ପ୍ରେମର ତରଙ୍ଗଟିଏ

ଭାବନା ମାଧ୍ୟମେ     ସଞ୍ଚରିତ ହୋଇ

     ଅନ୍ୟ ହୃଦକୁ  କମ୍ପାଏ ॥


ସେହି କମ୍ପନଟି        ମନ ପ୍ରାଣ ଓଠେ

       କମ୍ପନ ଭରି ଦିଏ

ପ୍ରେମର ତରଙ୍ଗ     ଦୁଇ ହୃଦ ମଧ୍ୟେ

      ସଞ୍ଚରିତ   ହେଉଥାଏ ॥


ଦୁଇଟି ହୃଦୟ       ଦୂରତା ମଧ୍ୟରେ

      ବିଶ୍ବାସ କଣିକା ଥିଲେ

ଗୋଟିଏ ହୃଦରୁ      ଅନ୍ୟ ହୃଦୟକୁ

    ସଞ୍ଚରିତ  ହୁଏ ଭଲେ ||

ବିଶ୍ବାସ ହେଉଛି        ମାଧ୍ୟମ କଣିକା

     ପ୍ରେମ ତରଙ୍ଗର ଲୋଡା

ଯାହାର ସରଳ        ହାର୍ମୋନିକ ଗତି

      ଦ୍ବାରା ସେ ତରଙ୍ଗ ଗଢା ॥


ଦୁଇଟି ହୃଦୟ       ବ୍ୟବଧାନ ମଧ୍ୟେ

     ମାଧ୍ୟମେ ବିଶ୍ବାସକଣା

ପ୍ରେମ ତରଙ୍ଗର      ଆଦାନ ପ୍ରଦାନେ

      ସହାୟକ ବୋଲି ଜଣା ॥


ଦୁଇହୃଦ ମଧ୍ୟେ      ତୃତୀୟ  ମଣିଷ

      ଆସି ପଥରୋଧ କଲେ  

ପୂର୍ବ ଦୁଇ ଜଣ        ମଧ୍ୟରୁ ଜଣକ

      ଲିଙ୍କ୍ କଟିଯାଏ ଭଲେ ॥


ପୂର୍ବ ହୃଦୟର       ପ୍ରେମ ତରଙ୍ଗରୁ

     ତା ହୃଦ ବଞ୍ଚିତ ହୁଏ

ମନ ପ୍ରାଣ ତାର     ବିଳପି ଉଠଇ

      ତା ଅନ୍ତର  ଜଳିଯାଏ ॥


Rate this content
Log in