STORYMIRROR

Prakash Majhi

Romance

4  

Prakash Majhi

Romance

ମନେପଡ଼ ତୁମେ

ମନେପଡ଼ ତୁମେ

1 min
261

କେମିତି ଏତେ କହିପାରୁଛ ସହିପାରୁଛ

ଘାଇଲା କରି କରି,

ଲେଖିବି କେତେ ମନର କଥା

ଭାବନା ଯାଏ ମରି।


ପ୍ରେମର ପାଠ ପଢେଇ ଦେଇ

ଛାଡ଼ିଲ ହାତ ମୋର,

ଲୁହର ନଈ ଯାଉଛି ବହି

ଥଳ ପାଉନି ତାର।


ଫଗୁଣ ରଙ୍ଗ ଭିଜୁନି ଆଉ

ଲାଗୁଛି ଫିକା ଫିକା

କେମିତି ଏତେ ବାଟ ଚାଲିବି

ଥକି ଯାଉଛି ଏକା।


ଓଠର ଭାଷା କିଏ ବୁଝିବ

ଯନ୍ତ୍ରଣା ଖାଲି ଖାଲି,

ସ୍ମୃତିର ଚିହ୍ନ ଲିଭେଇ ଦେଇ

ପାରୁନି ସବୁ ଭୁଲି।


ଯାତନା କେତେ ସହିବି ଆଉ

ପାଇଲି ନାହିଁ ସୁଖ,

ଅଶାନ୍ତ ମନ ଭାରି ଗମ୍ଭୀର

ନିଇତି ପିଏ ଦୁଃଖ।


ଭାବନା ସରେ ହୃଦୟ ମରେ

ଏ କେମିତି ନିଶା,

ରାତି ଛୋଟକୁ ସପନ ବେସି

ମଉଳି ଯାଏ ଆଶା।


ସମୟ ସ୍ରୋତ ଅଣଲେଉଟା

ଲଙ୍ଘି ପାରୁନି କୂଳ

ହଜିଲା ଦିନ ସେ କିଏ ଖୋଜିଦେବ

ଅସରନ୍ତି ଧୂଳି ଖେଳ।


ପ୍ରିତି ପିଆଲା ମଧୁର ସ୍ୱର

ବୋଲ ମାନୁନି ମୋର

ଶୁଭୁନି ଆଉ ବସନ୍ତ ଗୀତ

ସବୁ ଯେମିତି ଧୀର।


ଏମିତି ଆସି ଚାଲି ମୁଁ ଯିବି

ନଥିବ ଢେଉ କେତେ

ମୁଁ ତ ମୁଁ ତୁମେ ତ ତୁମେ

କିଏ ବୁଝେଇ ଦେବ ମୋତେ।


ଅବୁଝା ଥିଲି ବୁଝି ମୁଁ ଗଲି

ହୋଇଲା ନାହିଁ ଦେଖା,

ମନେ ପଡୁଛ ମନେ ପଡିବ

ଆଜି ଯାଉଛି ଏକାଏକା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance