Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Inspirational

4  

Sarojini Mishra

Inspirational

ସମୟ ବଡ଼ ବଳବାନ

ସମୟ ବଡ଼ ବଳବାନ

1 min
218



ସମୟର ଚକ ଘୁରେ ଅବିରତ

ଅପେକ୍ଷା ତ କରେ ନାହିଁ

କେହି ଚାହିଁଲେ ବି ସମୟ ଚକକୁ

ଅଟକାଇ ପାରେ ନାହିଁ ।


ସମୟ ଅଟଇ ବଳବାନ ପରା

ଅଟଇ ଯେ ମୂଲ୍ୟବାନ

ସମୟ କାହାକୁ ବିତ୍ତଶାଳୀ କରେ

କରେ କେବେ ଦୀନ ହୀନ ।


ସମୟ କ୍ରମରେ କେବେ ଦୁଃଖ ପୁଣି

କେବେ ହସର ଜୁଆର

କେବେ ଯେ ସଂସାରୀ ହୁଏ ଗୃହତ୍ୟାଗୀ

କେବେ ତ୍ୟାଗେ ମୋହ ଦ୍ଵାର ।


ସମୟ ଅଟଇ ବଡ଼ ବଳବାନ

ରାମ ଯାନ୍ତି ବନବାସ

ସମୟରେ ବଳେ ନଳ ରାଜା ପୁଣି

କାଟନ୍ତି ଯେ ଘୋଡା ଘାସ ।


ସମୟ ସ୍ରୋତରେ ରାଜା ହରିଶ୍ଚନ୍ଦ୍ର

ଶ୍ମଶାନର ଜଗୁଆଳୀ

ସମୟ କ୍ରମରେ ଦେବକୀ ନନ୍ଦନ

ଗାନ୍ଧାରୀ ଙ୍କ ଶାପେ ବଳି ।


ସମୟ ର ଚକ ଅଟକିନି କେବେ

ଗତି ତା ବଦଳି ନାହିଁ

ଆଜି ର ସମୟ ସଦୁପଯୋଗ ରେ

କାଲି ସୁଫଳ ମିଳଇ ।


ସମୟ ଅଟଇ ବଡ଼ ବଳବାନ

ତାକୁ କିଏ ହରାଇବ

ସମୟ ଚକ୍ରରେ କର୍ମ ର ଯୋଗରେ

ଆମ ପାଖେ ପହଞ୍ଚିବ ।


ସମୟ ଚକ୍ରରେ ଦୁଃଖ ଆସୁ ଅବା

ସୁଖ ର ଲହରୀ ଖେଳୁ

ସବୁକୁ ସାଦରେ ଗ୍ରହଣ କରି ଯେ

ଜୀବନକୁ ମୁକ୍ତି ମିଳୁ ।


ସମୟର ମୂଲ୍ୟ ବୁଝନ୍ତୁ ସମସ୍ତେ

କରନ୍ତୁ ସୁ-ଉପଯୋଗ

ମଣିଷ ଜୀବନ ଧନ୍ୟ ହୋଇ ଯାଉ

ମିଳି ଯାଉ ମୁକ୍ତି ଭୋଗ ।


Rate this content
Log in

Similar oriya poem from Inspirational