ଚିହ୍ନି ରଖ ସବୁ ମିଛ ସ୍ୱରୂପ
ଚିହ୍ନି ରଖ ସବୁ ମିଛ ସ୍ୱରୂପ
କେବେ ବି ଅବଳା, ଦୂର୍ବଳା,
ଲତା, ନଥିଲା ନାରୀ
ତାହା ପୁରୁଷକୈନ୍ଦ୍ରିକ ସମାଜ
ମନରେ ଅଛି ଧରି ।
ବନିତା ତ ସ୍ବୟଂସମ୍ପୂର୍ଣ୍ଣ, ଛିଡା
ହୁଏ ନିଜ ଗୋଡରେ
ପାରଙ୍ଗମ ସେ ଗୃହ କାମ, କଳା
କୌଶଳ, ଯୁଦ୍ଧ ସବୁରେ ।
ଗୁଣ, ଜ୍ଞାନ, ମାନ, ରୁଚି ଅରୁଚି,
ପ୍ରୀତି ଅପ୍ରୀତିରେ
ସେ ପୁରୁଷ ସହ ସମାନ, ପ୍ରଭେଦ
ନାହିଁ କେଉଁଥିରେ ।
ସରଳିଆ ପଣରୁ ନାରୀ ଅବାଟେ
ତାର ପାଦ ଖସାଏ
ଇଜ୍ଜତ, ମହତ, ହୁଏ ଭୁଲୁଣ୍ଠିତ,
ସେ ଲୋକ ହସା ହୁଏ ।
ଯୁଗ ଯୁଗ ଧରି ସମାନତା ଅଟେ
ଏକ ମାନବିକ ଅଧିକାର
ସେଥିପାଇଁ ସମ୍ବିଧାନ, ସମାନତା
ଦେଇଛି ନାରୀ ପୁରୁଷର ।
ଆଧୁନିକତା, ନାରୀ ସ୍ୱାଧୀନତା,
ନୁହେଁ ଛନ୍ଦ ଅବା ପ୍ରତାରଣା,
ଲଭିବାକୁ ସୁଖ, ହୃଦୟରେ ଦେବାକୁ
ଲେପ ମିଛ ଓ ବାହାନା ।
ଯୁଗେ ଯୁଗେ ଲମ୍ପଟି ପୁରୁଷ ପ୍ରେମେ
ଉଡ଼ାପକ୍ଷୀ, ଉଡ଼ିଯାଏ ଅବାଟରେ
ଖାଣ୍ଟିସୁନା କହି, ସରଳ ମନକୁ ମୋହି,
ନିଜ ସ୍ୱାର୍ଥକୁ ଆଦରି ବରେ ।
ଜାଗ୍ରତ ହୁଅ ହେ ଯେତେ ମାଆ
ଭଉଣୀ ମୋ ଦେଶର
ନସହିବୁ ଭୃଣ ହତ୍ଯା ଓ ନାରୀ ଉପରେ
ହେଉଛି ଯେତେ ଅତ୍ଯାଚାର ।
ଚିହ୍ନି ରଖ ସବୁ ମିଛ ସ୍ୱରୂପ, ଯେତେ
ଗଡାନ୍ତି କୁମ୍ଭୀର କାନ୍ଦଣା ଲୁହ,
ଜାଣି ରଖ ସେହି ପାଷାଣ୍ଡ,
ଅଜ୍ଞାନୀମାନଙ୍କୁ, ବୁଲୁଛନ୍ତି ଅହରହ ।
ସମସ୍ତ ଅତ୍ଯାଚାର ବିରୋଧରେ
କରନ୍ତୁ ସର୍ବେ ଲଢେଇ
ରୋଷେଇ ଶାଳରୁ ସଂସଦ ଭବନ
ପର୍ଯ୍ୟନ୍ତ ଥାଉ ପ୍ରଭାବ ରହି ।
