Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational

4  

Bharatabandhu Biswal

Inspirational

ବିରଜା ମଣ୍ଡଳ

ବିରଜା ମଣ୍ଡଳ

1 min
583



ପ୍ରାଚୀନ କଟକ  ବିରଜା ମଣ୍ଡଳ

  ଦକ୍ଷିଣେ ପବିତ୍ର ପୁଣ୍ୟ

ଅଶ୍ୱମେଧ ଯଜ୍ଞ  କରିଥିଲେ ବ୍ରହ୍ମା

  କହେ ବାମନ ପୁରାଣ ।


ବିଜେ ମହାଶକ୍ତି  ଗିରିଜା ବିରଜା

  ଦୁର୍ଗେ ମହିଷାମର୍ଦ୍ଦିନୀ

ପୀଠ ଉଡ୍ଡୀୟାନେ ସୁପ୍ରତିଷ୍ଠ ମାତା

  କଟିତଟେ ଓଡିଆଣୀ ।


ମସ୍ତକରେ ଶୋହେ ନାଗରାଜ ଯୋନି

   ଗଣପତି ଶିବଲିଙ୍ଗ

ଶିରେ ଅର୍ଦ୍ଧଚନ୍ଦ୍ର  ଅନନ୍ୟା ଦ୍ୱିଭୂଜା

   ବିନାଶନ୍ତି ରଜତମ ।


ସ୍କନ୍ଦ ପୁରାଣର  ଉତ୍କଳଖଣ୍ଡରେ

  ବର୍ଣ୍ଣିତ ଦେବୀ ମହିମା

ଦକ୍ଷ ଯଜ୍ଞ କାଳେ  ସତୀଙ୍କର ନାଭି

  ପଡି ହେଲା ନାଭିଗୟା ।


ବିଷ୍ଣୁ ଭଗବାନ  ଗୟା ଅସୁରକୁ

  ଚାପିଲେ ପାତାଳପୁର

ଧର୍ମ ପୁଣ୍ୟ କ୍ଷେତ୍ର ଏଣୁ ନାଭିଗୟା

  କହଇ ବାୟୁ ପୁରାଣ ।


ଶ୍ରୀ ଆଦିଶଙ୍କର  ତନ୍ତ୍ର ଚୂଡାମଣି

  ବର୍ଣ୍ଣନୀୟ ଶକ୍ତିପୀଠ

ଭୈରବୀ ବିରଜା ଗୁପ୍ତ ରାଜ କାଳୁ

  ଆଦିଶକ୍ତି ସୁବିଖ୍ୟାତ ।


ଏକ ହସ୍ତେ ଶୂଳ ଅନ୍ୟ ହସ୍ତେ ମାଆ

  ମହିଷା ଲଙ୍ଗଳ ଧରି

ନିଧନ କରନ୍ତି   ପଶୁ ପ୍ରବୃତ୍ତିକୁ

  ଦୁର୍ଗା ରୂପେ ଅବତରି ।


ମାଘ ଅମାବାସ୍ୟା ତ୍ରିବେଣୀ ତିଥିରେ

   ବିରଜାଙ୍କ ଜନ୍ମଦିନ

ମହାପାର୍ବଣରେ  ଚଢ଼ି ସି°ହଧ୍ୱଜ

  ପରିକ୍ରମା ନବଦିନ ।


ବେଢ଼ା ଚଉପାଶେ ଚଳେ ଦିବ୍ୟ ରଥ

   ବ୍ରହ୍ମା ହୁଅନ୍ତି ସାରଥି

ସ୍ୱର୍ଣ୍ଣ ଶଙ୍ଖଚୂଡ଼  ନାଗର ଦଉଡ଼ି

   ଟାଣନ୍ତି ଅଶ୍ୱ ଦୁଇଟି ।


ଆନନ୍ଦ ଉଲ୍ଲାସେ  ପାଳିତ ହୁଅଇ

  ରଜ ପ୍ରଥମ ଅଷ୍ଟମୀ

ସତୀ ସାବିତ୍ରୀଙ୍କ ହୁଏ ପୂଜାର୍ଚ୍ଚନା

  ବ୍ରତ କୁମାର ପୂର୍ଣ୍ଣମୀ ।


ନାଭିଗୟା କୁଣ୍ଡେ ପିଣ୍ଡଦାନ କଲେ

   ପିତୃଗଣଙ୍କ ମୁକତି

ବାରୁଣୀ ତୀର୍ଥର  ବୈତରଣୀ ବୁଡ଼

  ଭାଗ୍ୟେ ଥିଲେ ହୁଏ ପ୍ରାପ୍ତି ।


ବହୁ ଦିବ୍ୟ କୀର୍ତ୍ତି  ଐତିହ୍ୟ ସମ୍ପନ୍ନ

   ଯଜ୍ଞପୁର ଯାଜନଗ୍ର

ବୈତରଣୀ ବିପ୍ର  ବିରଜା ବରାହ

   ସୁପବିତ୍ର ବେଦପ୍ଲୁତ ।


ଗଙ୍ଗା ଗୟା ପୁରୀ ତୀର୍ଥ ଚାରିଧାମ

   ସାତଥର ଥାଅ କରି

ଥରୁଟିଏ ମାତ୍ର  ବିରଜା ଦର୍ଶନେ

  ସବୁ ପାପ ଯାଏ ଛାଡ଼ି ।



Rate this content
Log in

Similar oriya poem from Inspirational