Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

4  

Suresh chandra Padhy

Inspirational

ତମେ ଆଉ ମୁଁ

ତମେ ଆଉ ମୁଁ

1 min
597


ଚାଲ ତମେ ଆଉ ମୁଁ ଏକାଠି ବୁଲିବା

ଚନ୍ଦ୍ରମା ଦେଖିବା ଚାନ୍ଦିନି ରାତିର ମଜା ନେବା

ତମେ ଆଉ ମୁଁ ମିଶି ଦୁଃଖ ସୁଖ ବାଣ୍ଟିବା

ସାଥି ହୋଇ ରହିବା ସବୁ କିଛି ଭୁଲି ଯିବା

ତମେ ଆଉ ମୁଁ ମିଶି ସ୍ୱପ୍ନଟିଏ ଦେଖିବା

ସେ ସ୍ୱପ୍ନରେ ହଜିଯିବା ପୁଣି ନିଜକୁ ଖୋଜିବା

ଚାଲ ତମେ ଆଉ ମୁଁ ମିଶି କାହାଣୀଟେ ଲେଖିବା

ମୁଁ ରାଜା ତମେ ରାଣୀ ହେବ ରାଜ୍ୟଟିଏ ଗଢିବା

ଜୀବନର ଏଇ ଯାତ୍ରାରେ ତମେ ଆଉ ମୁଁ ମିଶି ବାଟ ଚାଲିବା

ପହଞ୍ଚିବା ଦିନେ ଲକ୍ଷ୍ୟ ସ୍ଥଳ ରେ ସେଠି ତମେ ଥିବ ଆଉ ମୁଁ ଥିବି

ଚାଲ ତମେ ଆଉ ମୁଁ ସାଥି ହୋଇ ସାଗର କୂଳକୁ ଯିବା

ମୁକ୍ତା ଖୋଜିବା ସମୁଦ୍ରର ଢେଉକୁ ଦେଖି ବାଲି ଘର ତୋଳିବା

ଚାଲ ତମେ ଆଉ ମୁଁ ମିଶି ମନର ଅନ୍ଧକାର ଦୂରେଇ ଦେବା

ଜାଗ୍ରତ କରିବା ଜ୍ଞାନର ସୁରୁଜକୁ  

ନିଜକୁ ଆଲୋକିତ କରିବା



Rate this content
Log in

Similar oriya poem from Inspirational