STORYMIRROR

DHARITRI SAHU

Inspirational Others

4  

DHARITRI SAHU

Inspirational Others

ମାତୃ ଦେବତା

ମାତୃ ଦେବତା

1 min
429

ବୟସ ଥିଲା ମୋ ବୁଝି ପାରିଲିନିମୋ ମାଆର ମୂଲ୍ୟ କେତେ,

ବୟସ ଗଲାରୁ ଅନୁତାପ କରେତା ଗୁଣ ସୁମରି ଲେଖେ।

ମାତୃଦିବସରେ ଲେଖା ସବୁ ଦେଖିଭାବେ ସବୁ ଭାଗ୍ୟବାନ,

ମାଆକୁ ସଭିଏଁ ମୁଣ୍ଡେ ରଖିଛନ୍ତିହତଭାଗ୍ୟ ମୁହିଁ ହୀନ।ଜରାଶ୍ରମେ ଯେତେ ମାଆ ରହିଛନ୍ତିସବୁକଣ ଅସହାୟା।ପୁଅ ଝିଅ ତାଙ୍କ ମରିଯାଇଛନ୍ତିଅବା ଭିକମଗା ଖିଆ।ଗୋଟିଏ ମାଆ ତ କୋଟିଏ ଅର୍ଦ୍ଦଳିହସି ହସି ସହୁଥିଲା,

ବୁଡି ହେଲା ପରେ ଗୋଟିଏ କଥାତାଆମ ଶୃତି କଟୁ ହେଲା।

ଯେତେଦିନ ଯାଏଁ ତାର ଶକ୍ତି ଥିଲାସବୁ ବଳ ଦେଇ ଦେଲା,

ଘର ଶାନ୍ତି ସୁଖ ଅଖଣ୍ଡିତ ପାଇଁସଭିଙ୍କ ମନ ତୋଷିଲା।

ପୁଅ,ଝିଅ, ବୋହୁ କାହାରି ପ୍ରତିସେଅନ୍ୟାୟ ଯେ ନ ସହିଲା

କେହି ବୁଝିଲେନି କେଉଁ କାରଣରୁଆଉ କାମ ନ କରିଲା।

ଶେଷ ପର୍ଯ୍ୟାୟ ରେ ଶରୀରର କଷ୍ଟତାକୁ ବଳିଆର ହୁଏ,

ଆମଠାରୁ ପଦେ କଅଁଳିଆ କଥାକାନ ତାର ଖୋଜୁଥାଏ।

ସୁନାରୂପା,ଜାଗା ଭାଗସେ ମାଗେନା ମାଗେ ପିଲାଙ୍କର ସୁଖ,

ପିଲାଙ୍କର ପାଶେ ଧୈର୍ଯ୍ୟ ଆଉନାହିଁଶୁଣିବାକୁ ମାଆ ଦୁଃଖ।ବିଚରା ପୁଅଟା ବୋହୁ ଆଦେଶକୁଅମାନ୍ୟ କରି ପାରେନି,

ଝିଅଟି ବିଚରା ଯୋଇଁ ତାଗିଦ୍ ରେ କର୍ତ୍ତବ୍ୟ କରିପାରେ ନି।ଧନ୍ୟ ରେ ଦୁନିଆ ଧନ୍ୟ ରେ ସନ୍ତାନମୋ ପରି କେ ହୁଅନାହିଁ,

ଅନୁତାପ ଠାରୁ ବଡ଼ ଶାସ୍ତି ଆଉଦୁନିଆରେ କିଛି ନାହିଁ।ସଭିଙ୍କ ଜୀବନେ ଏହି ଅବସ୍ଥାଯେଆସିବ ଧୃବ ନିଶ୍ଚିତ,

ମାଆ ବାପା ପରା ମନ୍ଦାକିନୀ ଧାରାଶିଞ୍ଚନ୍ତି ସଦା ଅମୃତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational