Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bijaya Kumar Swain

Inspirational

4.5  

Bijaya Kumar Swain

Inspirational

ଏତିକି ପ୍ରାଥର୍ନା ମୋର

ଏତିକି ପ୍ରାଥର୍ନା ମୋର

1 min
490


ଏତିକି ମାଗୁଣି ମୋର ମହାପ୍ରଭୁ

 ଏତିକି ମାଗୁଣି ମୋର

ଯେତେ ଦୁଃଖ ମୋତେ ଦିଅ ମହାପ୍ରଭୁ

 ଶକ୍ତି ଦିଅ ସହି ବାର।

ହେ ମହାପ୍ରଭୁ ଏତିକି ମାଗୁଣି ମୋର


ଆସୁ ଯେତେ ଝଡ଼

ଆସୁ ଯେତେ ଖଞ୍ଜା

ବହିଯାଉ ଜୀବନରେ

ମଥା ପାତି ତାହା ସହି ନେଉଥିବି

ଭୟ ନ କରି ମନରେ

ତୁମ ନାମ ଗାଇ

ତୁମ ରୂପଧ୍ୟାୟୀ

ଏତିକି ପ୍ରାର୍ଥନା ମୋର।

ହେ ମହାପ୍ରଭୁ   


ଭଗାରୀ ଯାତନା

ବଇରୀ ତାଡନା

ବଢୁଛି ବେଳକୁ ବେଳ

ରୋଗର ତାଡନା

ଶରୀର ଯାତନା

କରୁଛି ମୋତେ ନିର୍ବଳ

ତୁମେ ଅଛ ବୋଲି ଅଛି ମୁଁ ସଂସାରେ

ତୁମେ ମୋ ହୃଦୟ ହାର।

ହେ ମହାପ୍ରଭୁ    



Rate this content
Log in