STORYMIRROR

Jagannath Barik

Inspirational

4  

Jagannath Barik

Inspirational

ମୋଦୀ ସୁପରହିରୋ

ମୋଦୀ ସୁପରହିରୋ

1 min
513

ହିରୋ ତ ହିରୋ ସୁପର ହିରୋ ଆମ ପ୍ରଧାନମନ୍ତ୍ରି

ଶୁଣିଲେ ତାଙ୍କ ବୀରତ୍ୱ ଗାଥା ସିହରି ଯାଏ ତନ୍ତ୍ରୀ |


ମହାଭାରତେ ଏ ଆର୍ଯ୍ୟାବର୍ତ୍ତେ ସୁବର୍ଣ୍ଣ ଇତିହାସ

ରଚିଲେ କରି ବିମୁଦ୍ରାୟନ ଧନୀଙ୍କ ଗଳେ ଫାସ |


କଳାବଜାରୀ ଦୁର୍ନୀତି ଚୋରି ସମ୍ପତ୍ତି ହେଲା କାଳ

କେତେ ଫିଙ୍ଗିଲେ କେତେ ପୋତିଲେ ଟଙ୍କା ହୋଇଲା ଜାଳ |


କାଶ୍ମୀରରୁ ଧାରା ତିନିଶ ସତୁରି ଉଠାଇଲେ 

ଏକ ତ୍ରିରଙ୍ଗା ଜାତୀୟ ଧ୍ୱଜା ଗର୍ବରେ ଉଡ଼ାଇଲେ |


ପାକିସ୍ଥାନର ଭାଉ ହଟିଲା ଗରିମା ଭାଙ୍ଗିଗଲା

ଜାତିସଂଘରେ ଓଲଟା କିଳା ମୋଦୀ କୁହୁକ କଲା |


ବାବ୍ରିମ୍ସଜିଦ ରାମ ମନ୍ଦିର ବିବାଦ ସମାଧାନ

ହେଲା ଶ୍ରୀରାମ ଜନ୍ମ ସ୍ଥାନରେ ମନ୍ଦିର ନିରିମାଣ |


ମୋଦିଙ୍କ ପାଇଁ ଭାରତ ଭୂଇଁ ଗରବେ ଉଠେ ମାତି 

ଜାମୁ କାଶ୍ମୀର ଲଦାଖ ଦୁଇ କେନ୍ଦ୍ର ଶାସିତ ସାକ୍ଷୀ |


ବିଶ୍ୱରେ ଏକ ନମ୍ବର ରାଷ୍ଟ୍ର ହେବାକୁ ଦାବିଦାର

ମୋଦିଙ୍କ ଯଶ ବିଶ୍ୱ ବିଶ୍ରୁତ ପ୍ରଭାବୀ ନେତା ସାର |


ଚାଇନା ନାଲି ଆଖିକୁ ମୋଦୀ କରାଇଦେଲେ ଫିକା

ବନ୍ଧୁ ପଣରେ ବରଣ କଲେ ରୁଷିଆ ଆମେରିକା |


ଭାରତ ଯୋଗ ପ୍ରାଣାୟାମକୁ ଅନୁସରିଲା ବିଶ୍ୱ

ଆତଙ୍କବାଦ ବିରୁଦ୍ଧେ ସର୍ବେ ହୋଇଲେ ଏକତ୍ରିତ |


କୋଭିଡି ନିରାକରଣେ ମୋଦୀ ପ୍ରଶଂସ୍ୟ ଜୟ ଜୟ 

ଅଟଳ ପରେ ମୋଦୀ ଆମର ସୁପର ହିରୋ ଥୟ |



Rate this content
Log in

Similar oriya poem from Inspirational