Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Tragedy

4  

Sarojini Mishra

Tragedy

ଜଳନ୍ତା ସୂର୍ଯ୍ୟ

ଜଳନ୍ତା ସୂର୍ଯ୍ୟ

1 min
6



ଅଂଶୁମାନ ଆଜି ଗ୍ରୀଷ୍ମ ଆଗମନେ

ନେଇଛନ୍ତି ପରା ବିକଟ ରୂପ

ଅଗ୍ନି ବର୍ଷଣରେ ସତେ ଅବା ସିଏ

ଦେଉଛନ୍ତି ଖାଲି ସେ ଅଭିଶାପ ।


ରକ୍ତ ପିଙ୍ଗଳ ର ବର୍ଣ୍ଣ ଧରି ସତେ 

କରୁ ଅଛନ୍ତି କି ତାଣ୍ଡବ ନୃତ୍ୟ

ଝାଞ୍ଜି ପବନରେ ଦେହ ଜଳିଯାଏ

ଜୀବ ଜଗତ ଯେ କି ଅସ୍ତବ୍ୟସ୍ତ l


ରକ୍ତିମ ସୁରୂଜ ଆଭା ବିଭା ନାହିଁ

ସୁନ୍ଦରତା ଏବେ ମୋହୁନି ମନ

ଧରଣୀ ମାଆର ପଣତ ଟା ଆଜି

ଜଳି ପୋଡ଼ି ମନ ହେଉଛି କ୍ଷୁର୍ଣ୍ଣ ।


ଘର ଭିତରେ ତ ରାହା ମିଳୁନାହିଁ

ବାହାର ର କଥା ବିପଦ ପୂର୍ଣ୍ଣ

ଦିବାକର ସତେ କ୍ରୋଧ ଜର୍ଜରତ

ଧ୍ବଂସ ପାଇଁ ତାଙ୍କ ହୋଇଛି ମନ ।


ସୃଷ୍ଟିର ଆଧାର ସୁରୂଜ ଦେବ ଯେ

ସୃଷ୍ଟି ଧ୍ୱଂସକାରୀ ସାଜି ଅଛନ୍ତି

ଏଥିପାଇଁ ପରା ମଣିଷ ଜାତିକୁ

ଦୋଷୀ ବୋଲି ସିଏ କହୁ ଅଛନ୍ତି ।


ପ୍ରଗତି ରେଖା ଯେ ଦୁର୍ଗତି ଆଣୁଛି

ପ୍ରକୃତି ପାଇଁ ତ ଶୋଚ଼ନା ନାହିଁ

ଦୁଷ୍କୃତିରେ ମାତି ଏ ମଣିଷ ଜାତି

ସାମଞ୍ଜସ୍ୟ କଥା ଜମା ଭାବୁନି ।


ଅଂଶୁମାନ ଠାରୁ ଆଶ୍ୱାସ ମିଳୁନି

ରକ୍ତବର୍ଣ୍ଣେ ରଙ୍ଗା କିରଣ ରେଖା

ବିକଟାଳ ରୂପ କରେ ସର୍ବନାଶ

ମଣିଷକୁ କିବା ମିଳୁନି ଶିକ୍ଷା ।


ଉଦୟ ସ୍ୱରୁଜ ମୁରୂଜ କୁ ଦେଖି

ମନ ଉତ୍ଫୁଲ୍ଲିତ ହେଉ ଯେ ନାହିଁ

ବାହାରର କାମ ଦେଉ ଅଛି କଷ୍ଟ

ଜୀବନ ହେଉଛି ନିଆଁର ନଈ ।


ଜୀବ ଜଗତ ର ଶ୍ରେଷ୍ଠ ଧରୋହର

ହେ ମଣିଷ ଜାତି ତତ୍ପର ହୁଅ

ହାତେ ହାତ ଦେଇ ମନକୁ ମିଳାଇ

କରଣୀୟ କାର୍ଯ୍ୟ କରିବା ଚ଼ାଲ I


ଅଗ୍ନି ବରଷଣେ ବିଶ୍ଵ ଧ୍ଵଂସ ହେବ

ଧ୍ବଂସ ହୋଇବ ଯେ ଜୀବ ଜଗତ

ସାବଧାନତାର ମନ୍ତ୍ର ପାଠ କରି

ବଢାଇବା ଚ଼ାଲ ଆଗକୁ ପାଦ ।


ଜଳନ୍ତା ସୁରୂଜ କାଳାନ୍ତକ ନୋହୁ

ସୃଷ୍ଟିର ଆଧାର ହୋଇ ଯେ ରହୁ

ଆମରି ପ୍ରଚେଷ୍ଟା ଜଳନ୍ତା ନିଆଁ କୁ

ଫଳନ୍ତା କିରଣେ ବଦଳି ଦେଉ ।



Rate this content
Log in

Similar oriya poem from Tragedy