ପରିବେଶକୁ କରିବା ରକ୍ଷା
ପରିବେଶକୁ କରିବା ରକ୍ଷା
ମଣିଷ ଓ ପରିଵେଶ ଅଟେ
ଅଙ୍ଗାଙ୍ଗୀ ଭାବେ ଜଡ଼ିତ,
ମୁକ୍ତ ଵାୟୁ, ଶୁଦ୍ଧ ଜଳ, ନିରୋଗ
ଜୀଵନର ପାତ୍ର।।
ପରିବେଶ ଯେତେ ବେଳେ ହୁଏ
ଧରାରେ କ୍ଷୟ,
ବିଶ୍ୱକୁ କରି ଛାରଖାର, ଆଣେ
ବହୁ ବିପର୍ଯ୍ୟୟ ।।
ପଶୁ, ପକ୍ଷୀ, ବଣ, ଜଙ୍ଗଲ, ନଦୀ
ଅବା ସାଗର,
ପର୍ବତ, ଝରଣାର ଝର ଆବଶ୍ୟକ
ହୁଏ ପରିବେଶର ।।
ସୁନ୍ଦର ପରିବେଶରେ, ବଣ ଭୋଜି
ବନ ମହୋତ୍ସବ,
ପର୍ଯ୍ୟଟନ ଦ୍ୱାରା ହସଇ ବଢଇ ଆମ
ଦେଶର ଗର୍ବ ।।
ପରିବେଶ ହେଲେ ଦୂଷିତ, ନିଜର ଜାଣ
ତ କରୁଛେ କ୍ଷତି,
ରହିବାନି କେହି ବି ସୁସ୍ଥ, ଡାକୁ ଆଣୁଛେ
ଆମେ ନିଜେ ବିପତ୍ତି।।
ମନେ ରଖିବା ସର୍ବଦା ପରିବେଶ ଅଟେ
ଆମ ଜୀବନ,
କର୍ତ୍ତବ୍ୟ ଆମର, ରଖିବା ଆମେରେ
ପରିବେଶର ଧ୍ୟାନ ।।
ଅରଣ୍ୟ ସମ୍ପଦ, ସର୍ବଦା ଅଟେ ରାଜ୍ୟ
ଅଧିକାରୀ ର ଭାର,
ନବୁଝି ନଶୁଝି, ପୁଂଜିର ନିଶାରେ,
ପରିବେଶେ କରେ ଅତ୍ୟାଚାର ।।
ନିଜ ସ୍ଵାର୍ଥ ପୂରଣ ପାଇଁ କି କରୁଛୁ ନିତି
ବୃକ୍ଷ ଛେଦନ
ସବୁଜକୁ ଛାଡି ଶିଳ୍ପ ବିପ୍ଳବରେ ଵିନାଶକୁ
କରୁ ନିମନ୍ତ୍ରଣ।।
ଶିଳ୍ପ ତ ଭସା ମେଘ ଭଳି, ତାକୁ ଏବେ କି
ଭରଷା ଅଛି
ଗର୍ଜନ ପ୍ରବଳ, ବର୍ଷା ନାହିଁ, ତପ୍ତ ଧରଣୀ
ଯେ ଅନାଇ ରହିଛି ।।
ନବାକୁ ପଡିବ ପରିବେଶର ସୁରକ୍ଷା
ଆମରି ହାତେ,
ଦୃଢ ପଦକ୍ଷେପ ଆମକୁ ନେଵାକୁ ହେବ
ରୀତି ମତେ ।।
ଜାଣିନେକି ଦେହ ଏକ ଦେବାଳୟ, ସେଠି
ଇଶ୍ୱର ବାସ,
ପ୍ରକୃତିକୁ ସ୍ନେହ, ପରିଷ୍କାର ପରିଛନ୍ନ,
ଆଗାମୀ ଭବିଷ୍ୟ ।।
ସଚେତନ ହେବା ବୃକ୍ଷ ନ ଛେଦିଵା
ରୋପିବା ନୂତନ ଚାରା
ସଵୁଜ ସୁନ୍ଦର ପତର ଗହଳେ ହସି
ଉଠିଵ ଏ ଧରା।।
ଆମ ଚତୁଃପାର୍ଶ୍ଵରେ ଘେରି ରହିଥିବା
ପ୍ରକୃତି ହିଁ ପରିବେଶ,
କରିବା ଯତନ, ଅମୂଲ୍ୟ ରତନ ହଟିବ
ଵିଷ, ଭରିଵ ଵିଶ୍ଵାସ ।।
ଅମୃତମୟ ଏ ଧରା, ପରିବେଶ ପ୍ରଭାବିତ
କରେ ଜୀବନର ଧାରାକୁ
ଆମେ ଅମୃତ ସନ୍ତାନ ତାର, ତା' ସ୍ନେହର
ପରିବେଶ ପୁରା କରିଥାଏ ଆବଶ୍ୟକତାକୁ ।l
ଅବସନ୍ନ, ଭୀତତ୍ରସ୍ତ ଆଜି ମଣିଷ, ଜୀବନ
ବିଷର୍ଣ୍ଣ ବିଦୀର୍ଣ୍ଣ କ୍ଳାନ୍ତ
ଆଗ୍ନେୟ ଗିରିର ଶିଖରରେ ବସି ପଢୁଛେ
କି ପ୍ରକାର ଜୀବନ ଗ୍ରନ୍ଥ ।।
ହେଉ ଏବେ ଆମ ସ୍ଲୋଗାନ ଆମ
ପରିବେଶ ଆମ ସୁରକ୍ଷା
ଶପଥ ନେବା, ସର୍ବଦା କରିବା ତ
ପରିବେଶର ରକ୍ଷା।।