Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Inspirational

4  

Satyabati Swain

Inspirational

ଏକ ପଣ

ଏକ ପଣ

1 min
558


ସମୃଦ୍ଧି ରଥ ଅଟକି ଯିବ

ପ୍ରଗତି ପଥେହେବ ବାଧା

ଅସ୍ୱଚ୍ଛ ପରିବେଶ ରହିଲେ

ଆମ ବିକାଶ ହେବ ବାଧା।


ସ୍ୱପ୍ନ ଆମ ଶପଥ ଆମ

ଭାରତର ପିଲା ଯେତେ 

ପରିବେଶକୁ ସ୍ୱଚ୍ଛ ରଖିବା

ଆସ ହାତ ମିଳାଇ ହାତେ।


ଯେତେ ପିଲା ସେତେ ଗଛ

ଲଗାଇ ଯିବା ସର୍ବେ ଆସ

ସବୁଜିମାରେ ଭରି ତ ଯିବ

 ମାଟି ମାଆ ଆମ ଭାରତ ବର୍ଷ।


ସବୁଜ ଦେଶ ସ୍ୱଚ୍ଛ ଦେଶ

ହେଉ ସବୁରି ଏକ ପଣ

ଏକତାର ରାହା ନେଇ ଆସ

ଦେଶ କରିବା ସ୍ୱର୍ଗ ସମାନ।


ସ୍ୱଚ୍ଛ ଭାରତ ସୁସ୍ଥ ଭାରତ

ହେଉ ସବୁରି ଧେୟ ଓ କର୍ମ

ସବୁଜିମାର କୋଳେ ଆସ

ଜୀଇଁ ଯିବା କେତେ କ୍ଷଣ।



Rate this content
Log in

Similar oriya poem from Inspirational