Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Inspirational

3  

Satyabati Swain

Inspirational

ସେ ମୋ ପ୍ରଥମ ପ୍ରେମ

ସେ ମୋ ପ୍ରଥମ ପ୍ରେମ

1 min
6



ପ୍ରଥମେ ତା ସହ

ପରିଚୟ

ପରିଚୟରୁ ସମ୍ପର୍କ

ଏବଂ ତାପରେ

ଅତି ଘନିଷ୍ଠତା ବଢି

ଶେଷରେ

ତାକୁ ମୋର ପ୍ରେମ ହୋଇଗଲା।


ସେ ମୋ ପ୍ରଥମ ପ୍ରେମ ' ବହି'

ତା ସହ ଭାଵ ମୋର

ତିନି ବର୍ଷରୁ

ଅ ରେ ଆତ ଏ ରେ ଆପଲ୍

ଆ ରେ ଆଈ ବି ରେ ବଲ୍  

ଛବି ସହ ଅକ୍ଷର ଶବ୍ଦ ଶିଖିବା ଦିନରୁ

ତା ପ୍ରେମରେ ମୁଁ।


ତା ରୂପ,ରଙ୍ଗ,ବାସ୍ନା ମୋତେ ପାଗଳ 

କରିଛନ୍ତି ସେଦିନୁ ଏ ଯାଏ

ମୋତେ ମେଧାବୀ ଛାତ୍ରୀ

ପାଠୋଇ ଝିଅ

ଭଲ ମନ୍ଦ ବିଚାରଶକ୍ତି

ସ୍ୱାବଲମ୍ବୀ

କରିଛି ମୋ ପ୍ରେମ।


ଜଣେ ଶିକ୍ଷିକା

ଗାଳ୍ପିକା

କବିର ମାନ୍ୟତା ଦେଇଛି ସେ

ମୁଁ ତାକୁ  ଭଲ ପାଏ ଏତେ

ଆକାଶର ତାରା,ସମୁଦ୍ରରେ ପାଣି

ଆଉ ମରୁଭୂମିରେ ବାଲି ଯେତେ।




Rate this content
Log in

Similar oriya poem from Inspirational