ବୋଉ ତୁ ଭାରି ମିଛେଇ
ବୋଉ ତୁ ଭାରି ମିଛେଇ
ମୋତେ କାନେ କାନେ ଶିଖାଇଲୁ
"ସତ କହିବାକୁ କିଆଁ ଡରିବି
ସତ କହି ପଛେ ମଲେ ମରିବି"
କିନ୍ତୁ ତୁ କେମିତି
ମୋ ଭୁଲ୍ ଘୋଡ଼ାଇବା ପାଇଁ
ବାପାଙ୍କୁ ମିଛ କହୁ !
ହଠାତ୍ କୁଣିଆ ଆସିଲେ
ତୋ ପେଟ କାହିଁକି କାମୁଡେ !
ଭାତ ତରକାରୀ ନିଅଣ୍ଟ ହେବ ବୋଲି
କି ରୋଲ୍ ତୁ କରୁ !
କଣ କହୁଥିଲୁ !
ମୋତେ କ୍ଷଣେ ଛାଡି
କୁଆଡେ ରହି ପାରିବୁ ନାହିଁ
କିନ୍ତୁ ମୋତେ ପିଲା ବୟସରେ
ଛାଡି ତୁ କିଆଁ ଆକାଶର ତାରା ହେଲୁ !
ବୋଉ ଲୋ ତୁ ଟା
ସୁଦୁ ମିଛେଇ
ମୋ ଖୁସି ପାଇଁ
ସବୁ କଥାରେ ମିଛ କହିଲୁ !
ବାପାଙ୍କଠାରୁ ଗାଳି ,ମାଡ଼ ଖାଇଲୁ
ଶେଷରେ ଆଜକୁ
କୋଡିଏ ବର୍ଷ ହେଲା
ସବୁଦିନ ଠକି ଦେଇ ଚାଲିଗଲୁ !
ବହଳେ ଅନ୍ଧାର
ମେଞ୍ଚାଏ ଖାଁ ଖାଁ
ଛାତିଏ ଅସ୍ତ ବ୍ୟସ୍ତତା ନେଇ
ମୁଁ ଏବେ ଛୋଟରୁ ବଡ଼ ହୋଇଛି
ତୋ ମୁହଁ ମନେ ପକାଉଛି
ତୋ କଥା ଭାଳି ହେଉଛି
ଫଟୋ ସହ ଦୁଃଖ ସୁଖ ବାଣ୍ଟୁଛି
ତୁ ମିଛେଇଟା ମୋତେ ଛାଡ଼ି
ଚାଲିଗଲୁ ବୋଲି
ଏବେ ତୋ ବୋହୂକୁ କହୁଛି।।
