STORYMIRROR

Satyabati Swain

Tragedy

4  

Satyabati Swain

Tragedy

ଅସହ୍ୟ ତାତି

ଅସହ୍ୟ ତାତି

1 min
16


ଜୀବନ  ଆକାଶ ଜଳେ ଆଜି ଖାଲି

     ଡହକ ନିଆଁର ଧାସ

ତାତିଲା ପବନ କରିଯାଏ ଗ୍ରାସ

       ପୃଥିବୀ ହେବ କି ଧ୍ୱଂସ?


ମନ ମସ୍ତିଷ୍କରେ ପ୍ରତିଷେଧକ ଗଛଟେ

     ଗଜୁରୁ ନାହିଁ ତ କାହିଁ

ସର୍ବଶ୍ରେଷ୍ଠ  ଭାବୁଥିବା ମଣିଷ ଜ୍ଞାନ

     ଅବଶ ବିଜ୍ଞାନ ଭୂଇଁ।


ବର୍ତ୍ତମାନ ଫର୍ଦ୍ଦ  ଲେଖୁଛି ଚିଟାଉ

    ଭବିଷ୍ୟତେ କରି ଚିନ୍ତା

ମଣିଷ ବୁଦ୍ଧି ଘର କୋଣେ ନିଃସଙ୍ଗେ

     ଆଣେ ନିରାଶାର ବାତ୍ୟା।


ହସ ତ ଲିଭିଛି ମଣିଷ ଓଠରୁ 

      ହସ ଖୁସି ବି ଯାଇଛି ରୁଷି

ସମୟ ଲୁଚକାଳି ଖେଳୁଛି ଜୀବନେ

     ତାତିରେ ପୃଥୀ ଅଣନିଃଶ୍ବାସୀ। 


କେଉଁଠୁ ଆସିବ ନିରାକାରଣ ଔଷଧ

      ଏ ତାତି ରୋକିବା ପାଇଁ

ଦିନୁ ଦିନୁ ପାରଦ ସ୍ତମ୍ଭ ବଢି ବଢ଼ି ଯାଇ

        ନିଦ ନେଉଛି ଚୋରାଇ।


ତାତି ଦିନୁ ଦିନ ବଢେ ଲୋ ଏମିତି

     ପୃଥିବୀ ଯିବ କି ଜଳି

ସମଗ୍ର ବିଶ୍ୱ ଅସହାୟ ହୋଇ

      ପ୍ରମାଦ ଗଣନ୍ତି ଖାଲି!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy