Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Tragedy

3  

Suresh chandra Padhy

Tragedy

କରି ନିଅ ଆଲିଙ୍ଗନ

କରି ନିଅ ଆଲିଙ୍ଗନ

1 min
166



ତୁମ ଆଲିଙ୍ଗନ ଚାହୁଁ ଅଛି ପ୍ରଭୁ 

  ଚାହୁଁ ନାହିଁ ଆଉ କିଛି

ଯୁଗେ ଯୁଗେ ତୁମ ଆଲିଙ୍ଗନ ପାଇ

   ଭକତ ଧନ୍ୟ ହୋଇଛି ।


ତ୍ରେତୟା ଯୁଗରେ ରାମ ଅବତାରେ

    ମିତ୍ରଟିଏ ତୁମେ ପାଇଲ

ବାଳିକୁ ନିଧନ ସୀତାଙ୍କୁ ସନ୍ଧାନ କରିବାକୁ

   ସୁଗ୍ରୀବକୁ ଆଲିଙ୍ଗନ କଲ ।


ତୁମରି ଭକତ ବୀର ହନୁମାନ 

   ବ୍ରାହ୍ମଣ ବେଶେ ଆସିଲେ

ତୁମକୁ ପାଇ ଭକ୍ତିରେ ତୁମକୁ

   ଆଲିଙ୍ଗନ କରିଥିଲେ ।


ଦ୍ଵାପର ଯୁଗରେ ସୁଦାମାକୁ ତୁମେ

   ମିତ୍ର ରୂପେ ଗ୍ରହଣ କଲ

ମିତ୍ର ପ୍ରେମରେ ବିଭୋର ହୋଇ

   ସୁଦାମାକୁ ଆଲିଙ୍ଗନ କଲ ।


କଳି ଯୁଗେ ତୁମେ ରତ୍ନ ସିଂହାସନେ

    ଭୁଜକୁ ବିସ୍ତାରି ବସି ଅଛ

ଭକତକୁ ତୁମେ ଆଲିଙ୍ଗନ କରିବାକୁ

   ନୀଳାଚଳେ ଧାମେ ରହି ଅଛ ।



Rate this content
Log in