ଫେରିଆ ସାଥିରେ
ଫେରିଆ ସାଥିରେ
ଜୀବନ ବୀଣାର
ପ୍ରତିଟି ମୂର୍ଚ୍ଛନା
ତୋଳୁଛି ତୋ'ରି ନାଁ,
ଛାଡ଼ି ଅଭିମାନ
ଡାକୁଛି ତୋ' ପ୍ରେମ
ତୁ ଏବେ ଫେରିଆ।
ବିରହ ବେଦନା
ଦେଉଛି ଯାତନା
ମୋତେ ତୋ'ରି ବିନା,
ସ୍ମୃତିର ସପନ
କରୁଛି ଦହନ
ହୋଇ ଆନମନା।
ମନର ଆକାଶୁ
ଆଖିର ଲୋତକ
ଝରାଇ ଦିଅନା,
ପ୍ରୀତିର ଝଙ୍କାର
ଛାତିର ସ୍ପନ୍ଦନ
କହୁଛି ଯାଅନା।