Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijoy Jena

Inspirational Others

4  

Bijoy Jena

Inspirational Others

ଦଶ ବିଧ ରୂପ

ଦଶ ବିଧ ରୂପ

1 min
542


ପ୍ରଳୟ କାଳରେ ଅଗାଧ ଜଳରେ

    ବୁଡିଯାଇଥିବା ବେଦ

ମୀନ ରୁପ ଧରି ତରୀର ସଦୃଶ୍ୟ

   ଉଦ୍ଧରିଲ ପରମେଶ

    ମୀନରୁପି ଜଗଦୀଶ   

ନିଖିଳ ଜଗତେ ତୁମଜୟ ଗାନ                           

      ହେଉଛି ଘୋଷ ।


ବିଶାଳ ପୃଥିବୀ  ତୁମ ପୃଷ୍ଠଦେଶେ

    ହୋଇଥିଲା ଅବସ୍ଥାନ

କଚ୍ଛପ ରୁପରେ   ଅବତରି ପ୍ରଭୁ

    କରିଛ ଆସ୍ଥା ସ୍ଥାପନ

   କଚ୍ଛପ ରୁପି ଜଗଦୀଶ

ନିଖିଳ ଜଗତେ ତୁମ ନାମ

   ହେଉଛି ଘୋଷ ।


ଦନ୍ତ ଅଗ୍ରଭାଗେ ପୃଥିବୀକୁ ତୋଳି

   ଧରି ରଖିଥିଲ ଦିନେ

ବରାହ ରୁପରେ ଅବତାର ନେଇ

   ପାଳନ କରି ସ୍ମରଣେ

   ବରାହ ରୁପି ଜଗଦୀଶ

ନିଖିଳ ଜଗତେ ତୁମ ଜୟ ଗାନ

    ହେଉଛି ଘୋଷ ।


ନରସିଂହ ରୁପେ  ବିଦରିଲ ତୁମେ

    ହିରଣ୍ଯ କଶ୍ଯପ ତନୁ

କର କମଳରେ  ଅଦ୍ଭୁତ ନଖ

    ଓଟାରି ଆଣିଲା କ୍ଷଣୁ

    କେତେ ଭୟଙ୍କର ଦୃଶ୍ଯ

      ନରହରି ବେଶ

ନିଖିଳ ଜଗତେ ତୁମ ଜୟ ଗାନ

     ହେଉଛି ଘୋଷ ।


ଦୈତ୍ଯରାଜ ବଳୀ ଭଳିଗଲା ଦିନେ

   ତୁମଛଳ ଆଚରଣ

ତିନି ପାଦ ଭୂମି ଦାନାର୍ଥେ ସମର୍ପି

   କଲା ପାତାଳ ଗମନ

  ବାମନ ରୁପି ଜଗଦୀଶ

ନିଖିଳ ଜଗତେ   ତୁମ ଜୟଗାନ  

    ହେଉଛି ଘୋଷ ।


କ୍ଷତ୍ରିୟ କୂଳକୁ କରିଛ ନିଧନ

   ଧରିରୁପ ପର୍ଶୁରାମ

କ୍ଷତ୍ରିୟ ରୁଧିରେ ବିଶ୍ବ ପ୍ରକ୍ଷାଳିତ

   ପାପ କରିଛ ମୋଚନ

     ଭୃଗୁପତି ଜଗଦୀଶ

ନିଖିଳ ଜଗତେ ତୁମ ଜୟ ଗାନ

    ହେଉଛି ଘୋଷ ।


ରାମ ଅବତାରେ  ବଧି ଦଶାନନ

   ତୁଷ୍ଟି ଦଶଦିଗ ପାଳ

ରମଣୀୟ କାନ୍ତି  ସଂସ୍କାର ମଣ୍ଡିତ

   ଦେଇ ଅସହାୟେ ବଳ

  ଶ୍ରୀରାମ ରୁପି ଜଗଦୀଶ

ନିଖିଳ ଜଗତେ ତୁମ ଜୟ ଗାନ

    ହେଉଛି ଘୋଷ ।


ହଳଧର ରୁପ ଧବଳ ଶରୀର

   ନୀଳବସ୍ତ୍ର ପରିଧାନ

ଭୟ କରି ତୁମ  ହଳ ଆୟୁଧକୁ

    ଯମୁନା ହେଲା ନିଉନ

   ହଳଧର ରୁପି ଜଗଦୀଶ

ନିଖିଳ ଜଗତେ ତୁମ ଜୟଗାନ

     ହେଉଛି ଘୋଷ ।


ବୁଦ୍ଧ ଅବତାରେ ଯଜ୍ଞ ସମୁହରେ

    ପଶୁଘାତ ଦେଖିଦେଖି

ସଦୟ ହୃଦୟ ବେଦ ଜାତ ବୋଲି

    ହୋଇଲ ହିଂସା ବିରୋଧି

    ବୁଦ୍ଧ ରୁପି ଜଗଦୀଶ

ନିଖିଳ ଜଗତେ ତୁମ ଜୟ ଗାନ

     ହେଉଛି ଘୋଷ ।


କଳକୀ ଶରୀର ଧୂମକେତୁ ପରି

    କରାଳ ମୂର୍ତ୍ତି ଧାରଣ

ପୂଣ୍ଯର ପ୍ରକାଶେ  ପାପକରି ନାଶ

     କଲ ମ୍ଳେଛ ସଂହାରଣ

    କଳକୀ ରୁପି ଜଗଦୀଶ

ନିଖିଳ ଜଗତେ   ତୁମ ଜୟଗାନ  

     ହେଉଛି ଘୋଷ ।


Rate this content
Log in

Similar oriya poem from Inspirational