Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

4  

Kalandi pal

Inspirational

କଳିଯୁଗେ ମଣିଷ ଜନ୍ମ

କଳିଯୁଗେ ମଣିଷ ଜନ୍ମ

1 min
632


କଳିଯୁଗେ ଦେଲ ଜନ୍ମ ହେ ନନ୍ଦନନ୍ଦନ

ଭାଗ୍ୟବାନ ମଣେ ପାଇ ମଣିଷ ଜନ୍ମ

ନିରବଦ୍ରଷ୍ଟା ସାଜିଲ ହୋଇ ଦାରୁବ୍ରହ୍ମ

କେ କା ପାପ ନେବେ ନାହିଁ ଦେଲ ତ ବଚନ

  ଜୟ ଦାରୁବ୍ରହ୍ମ ଜୟ ପରଂବ୍ରହ୍ମ l0l


ବାମ ହସ୍ତ ପାପ କେବେ ଡାହାଣେ ନ ଯାଏ

ସ୍ୱାମୀ ଅରଜିଲା ପାପ ସ୍ତ୍ରୀକୁ ନ ଯୋଗାଏ

ଅରଜିବି ଯେଉଁ କର୍ମ ଦେବ ସେଇ ଜନ୍ମ

ସେଥିପାଇଁ ନିଜେ ମଣେ ମୁହିଁ ଭାଗ୍ୟବାନ

   ଜୟ ଦାରୁବ୍ରହ୍ମ ଜୟ ପରଂବ୍ରହ୍ମ l1l


କଥା ହେଲେ ପାପି ସହ ସତ୍ୟ ଯୁଗେ ପାପୀ

ସଙ୍ଗତା ତ ପାପି ସହ ତ୍ରେତୟାରେ ପାପୀ

ଦ୍ୱାପରରେ ପାପି ଅନ୍ନ କରିଲେ ଭୋଜନ

ପାପେ ଭରିଯାଏ ପ୍ରଭୁ ଏ ପୂଣ୍ୟ ଜୀବନ

  ଜୟ ଦାରୁବ୍ରହ୍ମ ଜୟ ପରଂବ୍ରହ୍ମ l2l



Rate this content
Log in