Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational

4  

Bharatabandhu Biswal

Inspirational

ମନକୁ ଟିକେ ପଚାର

ମନକୁ ଟିକେ ପଚାର

1 min
508



ପ୍ରିୟ ଦେଶବାସୀ  ଭାବି ଥରେ ଦେଖ

   ମନକୁ ଟିକେ ପଚାର

ନ କରି କର୍ତ୍ତବ୍ୟ  କେତେ ଯୁକ୍ତିଯୁକ୍ତ

   ଭୋଗସୁଖ ଅଧିକାର ।


ବସି ଖାଉଥିଲେ   ସରିଯାଇଥାଏ

   ଅସରନ୍ତି ନଈବାଲି

ମାତା ଅନ୍ନପୂର୍ଣ୍ଣା  କରିଥାନ୍ତି କୋପ

   କୁବେର ଭଣ୍ଡାର ଖାଲି ।


ଗୁରୁ ଶିଷ୍ୟ ମଧ୍ୟେ  ରହେ ନାହିଁ ଯଦି

   ସୁସମ୍ବନ୍ଧ ଉପଯୁକ୍ତ

ବିଦ୍ୟାର ଅର୍ଜନ  ପ୍ରଜ୍ଞାନ ପ୍ରୟୋଗ

   ବିଘ୍ନ ହେବ ସୁନିଶ୍ଚିତ ।


ନ୍ୟାୟ ପ୍ରଶାସନ  ହେଲେ ପଥଭ୍ରଷ୍ଟ

   ବିଫଳ ପ୍ରଜାରଞ୍ଜନ

ଘୂଞ୍ଚି ଘୂଞ୍ଚି ଯିବ  ସ୍ୱତନ୍ତ୍ରତା ଲକ୍ଷ୍ୟ

   ଆତ୍ମନିର୍ଭରତା ପଦ୍ମ ।


କୃଷି ପ୍ରାଥମିକ  ସେବା ସହଯୋଗ

   ଦେଶରକ୍ଷା ପରାକାଷ୍ଠା

ନିର୍ମାଣ ଉଦ୍ୟୋଗ ସକଳ ବ୍ୟାପାରେ

   ମୂଳ ଅଟଇ ସାଧୁତା ।


ଅହିତ କେବଳ  କ୍ଷମତାର ନିଶା

   ସ୍ୱାର୍ଥପର ନିଜ ଚିନ୍ତା

ବୃହତ୍ତର ହିତେ  ପାଳନ ଉଚିତ

   ସ୍ୱକର୍ତ୍ତବ୍ୟ କର୍ମ ନିଷ୍ଠା ।



Rate this content
Log in