Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Inspirational

4.5  

Pranati Panda

Inspirational

ପୁଣ୍ୟ କାର୍ତ୍ତିକ

ପୁଣ୍ୟ କାର୍ତ୍ତିକ

1 min
532



ପୁଣ୍ୟ କାର୍ତ୍ତିକର ଧାର୍ମିକ ମହତ୍ତ୍ଵ

ଘରେ ଘରେ ବିରାଜିଛି,

ହରି , ହର ପୂଜି ମୋ ଓଡ଼ିଶା ବାସୀ

ବଡ଼ ଓଷା ପାଳିଅଛି ।


ନିତି ଭୋରେ ସ୍ନାନ ସାତ୍ତ୍ୱିକ ଭୋଜନ

ଚଉଁରା ମୂଳେ ମୁରୁଜ ,

ସୁନ୍ଦର୍ ଭାବରେ ଆଙ୍କିଛି ସଜେଇ

ବର୍ଷକର ଖୁସି ଆଜ ।


ସକାଳୁ , ସଞ୍ଜରେ ଦୀପ ଟିଏ ଜାଳି

ମଥା ଟେଜେ ଓଡ଼ିଆଣୀ ,

ହବିଷ ପାଳନ କରନ୍ତି ଆଗ୍ରହେ 

ଓଡ଼ିଆ ପର୍ବ ପର୍ବାଣୀ ।


ବର୍ଷକର ଧର୍ମ ମାସକେ ସମର୍ପି

ପ୍ରଭୁଠିଁ ଶରଣ ପଶେ ,

ଆକାଶ ଦୀପକୁ ଜାଳିଦେଇ ସଞ୍ଜେ

ମୋକ୍ଷ ପାଇଁ ଚାହିଁବସେ ।


ଭକ୍ତ ନାରାୟଣ ମହାପାତ୍ର ପାଇଁ

ରାଇ ଦାମୋଦର ବେଶେ ,

ଦର୍ଶନ ଦିଅନ୍ତି ଜଗତର ନାଥ 

ଆମ ଓଡ଼ିଶା ପ୍ରଦେଶେ ।


କଳା ବଳଦକୁ ଧଳା କରିଦେଇ

ଧବଳେଶ୍ୱର କଟକେ,

ଶିବ ଶମ୍ଭୁ ବାବା ପୂଜା ପାଉଛନ୍ତି 

ଭକ୍ତି ପୂର୍ଣ୍ଣ ନୈବଦ୍ୟେ ।


ବଡ଼ ଓଷା ଆଉ କାର୍ତ୍ତିକ ପୂର୍ଣ୍ଣିମା

ପାର୍ବଣ ପୁଣ୍ୟ କାର୍ତ୍ତିକେ ,

ତୁଳସୀ ଚଉଁରା ହରି ହର ପୂଜି

ଭକ୍ତ ଭକ୍ତି ଭରେ ଡାକେ ।


ପରମ୍ପରା ଆମ ଓଡ଼ିଶା ରାଜ୍ୟର 

ପୁରପଲ୍ଲୀ ଠୁଁ ସହର ,

ଆ, କା , ମା , ବୈ କହି ବୋଇତ ଭସାଇ

ପୂର୍ଣ୍ଣମୀ ପର୍ବ ଶୋଭାର।


ଶେଷ ହୋଇଯାଏ କାର୍ତ୍ତିକ ମହାତ୍ମ୍ୟ

ମାସକର ଧର୍ମ ନେଇ ,

ଅନେଇ ଥାଏ ସେ ଆସନ୍ତା ବର୍ଷକୁ

କୋଟି ପ୍ରଣାମ ଜଣେଇ ।

    

    


Rate this content
Log in

Similar oriya poem from Inspirational