Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

4.5  

Jagannath Barik

Inspirational

ସୁପରହିରୋ ଶ୍ରୀକୃଷ୍ଣ

ସୁପରହିରୋ ଶ୍ରୀକୃଷ୍ଣ

1 min
524


କି ସୁପରହିରୋ ସେ

ଜନମି ଥିଲା ଏ ଭାରତବର୍ଷେ

ବାଳ କାଳୁ ହେଲା କି ବଳଶାଳୀ 

ଏନ୍ତୁଡ଼ିଶାଳରୁ ପୁତନା ମାରି

ଷଣ୍ଢା ଅଘା ବକା ଶକଟା ଚକଟା

ଗିରି ତୋଳିଥିଲା ସାତ ବରଷେ

କି ସୁପର ହିରୋ ସେ |


କୋଟି କାମ କଳା ରୂପ ଯାହାର

ଷୋଳସସ୍ର ଗୋପୀ କରେ ବିହାର

ରାଇ ପ୍ରେମେ ବାଇ ମୂରଲୀ ବଜାଇ

କୁଞ୍ଜ ବନେ ରାସ ରସେ ବିଳସେ

କି ସୁପର ହିରୋ ସେ |


କାଳୀ ନାଗ ଶିରେ କଲା ନର୍ତ୍ତନ

ଇନ୍ଦ୍ର ଧାତା ଗର୍ବ କଲା ଗଞ୍ଜନ

ଦାବାଗ୍ନି ଅନଳ କରିଲା କବଳ

କୁବଳୟା ଦାନ୍ତ ଉପାଡ଼ିଲା ସେ

କି ସୁପର ହିରୋ ସେ |


ଅଷ୍ଟମଲ୍ଲ ବଧି କଂସ ସଂହାରି

କାରାଗାରୁ ପିତା ମାତା ଉଦ୍ଧାରି

ସାଗରେ ଦ୍ଵାରକା ନିର୍ମାଣିଲେ ଏକା

ପାରିଜାତ ଆଣେ ପ୍ରିୟା ସକାଶେ 

କି ସୁପର ହିରୋ ସେ |


ଭାରତ ଯୁଦ୍ଧରେ କରିଲା ପଣ

କରିବନି ସିଏ ଅସ୍ତ୍ର ଧାରଣ

ଅଙ୍ଗୁଳି ନିର୍ଦ୍ଦେଶେ ସବୁ ନାଶି ଶେଷେ

ପାଣ୍ଡବେ ରଖିଲା କରୁଣା ବଶେ |


ଅଠର ଅଧ୍ୟାୟ ଗୀତା କହିଲା 

ଜ୍ଞାନଗଙ୍ଗା ଆଣି ମର୍ତ୍ତ୍ୟେ ବାହିଲା

ଯମପୁରୁ ଗୁରୁପୁତ୍ରଙ୍କୁ ଆଣେ ସେ 

ପୂର୍ଣ୍ଣ ବ୍ରହ୍ମ ନର ରୂପ ପ୍ରକାଶେ

କି ସୁପର ହିରୋ ସେ |


ତାଠାରୁ ହିରୋ କେ ଅଛି ଜଗତେ

ଶରଣ ତାହାର ଶ୍ରୀପଦଗତେ

ହେ ମହିମା ମେରୁ କାମକଳ୍ପତରୁ

ଏତିକି ସୁଦୟା କରିବ ଦାସେ

କି ସୁପର ହିରୋ ସେ |


Rate this content
Log in

Similar oriya poem from Inspirational