STORYMIRROR

Sunanda Mohanty

Inspirational Others

4  

Sunanda Mohanty

Inspirational Others

ବଡଦିନ

ବଡଦିନ

1 min
300



ଶୀତ ଆଣି ଆସେ ଅନେକ ସ୍ୱଚ୍ଛ 

କେତେ ଅନୁଚିନ୍ତାର ଗୁଚ୍ଛ

ଚଢି ପୁରୁଣା ବର୍ଷର ଶେଷ ପାବଚ୍ଛ

ବଡ଼ଦିନ ପଚାରେ ଭଲରେ ଅଛ?

ବଡଦିନରେ ସାନ୍ତା ପିଲାଠୁ ବୁଢା

ମନ ହୃଦୟରୁ ଅଳିଆ ହେବ କଢ଼ା

ଅଢେଇ ଦିନକୁ ବଢ଼େଇ ନକରି

ପ୍ରେମ ସୌଧ ହୋଇବ ଗଢ଼ା

ଯାହା ଗଲାଣି ଚାଲି ସବୁ ଦୁଃଖ ଯନ୍ତ୍ରଣା ଭୁଲି

ହସି ଖିଲିଖିଲି ପରଦୁଃଖ ବୁଝିବା ଖାଲି

ଅନ୍ୟ ଭାଗ୍ୟଫଳ ଯିବାକୁ ଭୁଲି

ସେଵା ତ୍ୟାଗ ଫୁଲ ତୋଳି ଆଜିକାଲି

ବଡଦିନ ଆସିଛି ଚାଙ୍ଗୁଡ଼ି ମେଲି

ଶୀତ କାକର ଭୁଲି ମଣିଷ ପଶୁ ପକ୍ଷୀ

ଆଉ କାନ୍ଦିବେନି ଆସନ୍ତା କାଲି

ସବୁ ବୁଝ

ିପାରେ ମଣିଷ ସିଏ ସାନ୍ତା

ସାଜିଛନ୍ତି ଆଜି ଭାଗ୍ୟନିଅନ୍ତା

ପ୍ରକୃତିର ବିଷ ବୃକ୍ଷ ଓପାଡି

ଦୟା କ୍ଷମା ସେଵା ପ୍ରୀତି ଫୁଲ ସଜାଡି

ସ୍ୱାର୍ଥ ସର୍ତ୍ତ ରୋଗ ଋଣ ଲୁହ ଫୋପାଡି

ପିଢ଼ି ପରେ ପିଢ଼ି ଶାନ୍ତି ମୈତ୍ରୀରେ ଖେଳି କବାଡି

ଆମରି ହାତରେ ଆମ ନାଆର ତଲେଇ ଭିଡି

ଲୋଭ ମୋହ ଆସକ୍ତି ସମ୍ପତ୍ତି ଅଜାଡି

ଅନ୍ୟ ଆଖିରେ ଓଠରେ ହସ ସଜାଡି

ବଡ଼ଦିନେ ବଡ଼ ହେବା ସୁସ୍ଥ ସମାଜ ଗଢି

ଦେଖି ଶିଖି ଲେଖି ପାଦଚିହ୍ନ ପିଢ଼ି ଚଢିବେ ଶିଡି

ଅନ୍ୟର ଦୁଃଖ ଯନ୍ତ୍ରଣା ନିଜର ଭାବି

ପରହିତେ ପ୍ରାଣ ଦେଇ ବୈରାଗୀ

ନଶ୍ୱର ଦେହ ଇଶ୍ୱର ନେବେ କର୍ମ ଉଠୁ ଜାଗି ।।


Rate this content
Log in

Similar oriya poem from Inspirational