STORYMIRROR

Sahadev Behera

Inspirational

3  

Sahadev Behera

Inspirational

ରକ୍ତବିନ୍ଦୁ

ରକ୍ତବିନ୍ଦୁ

1 min
436


ତୋ ମୋ ସମ୍ପର୍କର 

ପବିତ୍ର ଦୁଇଟୋପା ରକ୍ତବିନ୍ଦୁ 

ପାଲଟି ଯାଇଛି ଆଜି

ରାଗ, ହିଂସା, ଇର୍ଷା ଦ୍ବେଷ 

ଅହମିକାର ପାହାଡ ll 


କୁଢକୁଢ ପାପ ଧନ

ସଞ୍ଚିବାର ଅଦମ୍ୟ ପ୍ରୟାସ

ଲୁଣ୍ଠି ଅବା ତଣ୍ଟି ଚିପି 

ଶୋଷିବାରେ ମିଳିଥାଏ 

ଅସରନ୍ତି ଆନନ୍ଦ ll 


କାହା ପାଇଁ ମୋର ସବୁ 

ଏଇ ଧାଁ ଧପଡ

ଜୀବନର ହିସାବ 

ହୋଇଗଲେ ଶୂନ୍ଯ 

ପଡିଯିବ ଆପେ ଆପେ 

ରୁଦ୍ଧ ଦ୍ବାର ପହଡ ll 


ଯିଏ ଥିବ ପାଶେ ମୋର 

ଚାହିଁ ଥିବ ମୋ ଆଖିର 

ଶେଷ ପଲକ

ଅରଜିବା ସମ୍ପତ୍ତିର 

କି ପାଇବି ମୂଲ 

ତୁଚ୍ଛ ସବୁ ଶେଷ ବେଳେ 

ପୋଡିଦେବେ ନିମିଶକେ 

କରି କଲବଲ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational