STORYMIRROR

Sangeeta Barik

Inspirational Others

3  

Sangeeta Barik

Inspirational Others

ଦୁହିତା

ଦୁହିତା

1 min
135


ବିନ୍ଦୁଏ ସିନ୍ଦୂର ପାରିବକି କରି

   ଆପଣା ଲୋକଠୁ ଦୂର,

ସୁନ୍ଦର ସଂସାରେ ଅଜବ ନିୟମ

  ନିର୍ଯ୍ୟାସ ଅତୀବ କ୍ରୁର ।

ପିତା ମାତା ଭାଇ ଆପଣା ରକତ

  ଶରୀରେ ଯାଏ ତା ବହି,

ଯେତେ କାଟିକୁଟି ଫିଙ୍ଗି ଦେଲେ ଦୂରେ

  ପାରିବ କି ଭିନ୍ନ ହୋଇ ।

ପ୍ରଭୁଙ୍କ ପ୍ରେରିତ ସ୍ଵଗୄହେ ପାଳିତ

  ଅଟେ ପରିବାର ଅଂଶ,

ମାଆଙ୍କ ଆଧାରେ ପିତାଙ୍କ ଆଦରେ

  ତା ଶରୀର ରକ୍ତ ମାଂସ ।

ତାର ଆଗମନେ ପିତା ପ୍ରାଙ୍ଗଣରେ

   ଭରିଥାଏ ହସଖୁସି,

ଦୁଃଖରେ ଅଧିର ହୁଏ ପରିବାର

  ଯେବେ ଯାଏ ସିଏ ଋଷି ।

କିଏ କହେ ଲକ୍ଷ୍ମୀ ପରିବାର ପ୍ରାଣ

   ସୁଖର ସିନ୍ଦୁକଟିଏ,

ଘରର ସୌନ୍ଦର୍ଯ୍ୟ ତା ପାଇଁ ଝଟକେ

   ଅମୂଲ୍ୟ ରତନ ସିଏ ।

ବିନ୍ଦୁଏ ସିନ୍ଦୂର ଦେଇଥାଏ ତାକୁ

  ନୂଆ ଏକ ପରିବାର,

ସରଗର ସମ ଗଢି ତୋଳି ଦିଏ

  ଅମୄତ ପରଶେ ତାର ।

ଅନ୍ତର ବେଦନା ମଉନେ ଲୁଚାଇ

  ବାଣ୍ଟି ଚାଲିଥାଏ ସୁଖ,

ପରଝିଅ ପରଘରି ଆକ୍ଷେପରେ

  ପାଇଥାଏ ବହୁ ଦୁଃଖ ।

ଦୁଇ କୁଳ ହିତ କରିଥାଏ ବୋଲି

  ନାମ ତାହାର ଦୁହିତା,

ନୂତନ ସୄଷ୍ଟିର ସମ୍ଭାବନା ସିଏ

  ଭୂମିକା କନ୍ୟାଠୁ ମାତା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational