ପଶ୍ଚାତ୍ତାପ
ପଶ୍ଚାତ୍ତାପ
ଜୀବନରେ ଭାଇ ,ଡେରି କର କାଇଁ
କରିବାର କାମ ଆଜି ।
ଗଲେଥରେ ଆଜି ,ନ ପାଇବ ଖୋଜି
ଯିବ ଚିରଦିନ ହଜି ।।
ଅଛି ଯିଏ ପାଶେ ,ଥାଏ ପାଶେ ପାଶେ
କରନାହିଁ ଅନାଦର ।
କାଲି ସିଏ ପାଶେ ,ନଥିବେ କିଏ ସେ
ନ ଥିବେ କିଏ ନିଜର ।।
କର୍ମ କରିବାରେ, ନକର ହେଳାରେ
ଆସିବୋନି ସେହି ଦିନ ।
ଭାବିଲା ବେଳକୁ ,ନ ପାଇବ ତାକୁ
ଦୁଃଖେ କାଟିବ ଜୀବନ ।।
ହାତ ପାଣି ଗୁଣି ,ଗଲେ ସେ କହୁଣି
ଅନୁତାପେ ଦିନ ଯିବ ।
ନା ଥିବ ବସନ୍ତ, ନା ଥିବ କୋଇଲି
ନା ତାନ ମଧୁ ଶୁଭିବ ।।
ତେଣୁ ବାଇ ମନ, ଥାଉ ଥାଉ ଧନ
ବେଳରୁ ଯାଓ ସୁଧୁରି ।
ନହେଲେ ଜୀବନ, ହୋଇବ ଶ୍ମଶାନ
ଅନୁତାପେ ହେବ ଝୁରି ।।
