STORYMIRROR

Sangeeta Barik

Inspirational

3  

Sangeeta Barik

Inspirational

ଶ୍ରେଷ୍ଠ ବନ୍ଧୁ

ଶ୍ରେଷ୍ଠ ବନ୍ଧୁ

1 min
283


ବର୍ଣ୍ଣ ଲେଖା ଶିଖିଗଲା ପରେ

  ବର୍ଣ୍ଣବୋଧ ମୋ ପ୍ରଥମ ବହି,

ମାତ୍ରା ଆଉ ଯୁକ୍ତାକ୍ଷର ଯେତେ

  ଶିଖୁଥିଲି ନୂଆପାଠ ତହିଁ ।

କିଛି ଶବ୍ଦ ପାରୁଥିଲି ବୁଝି

  ଆଉ କିଛି ଅଜଣା ଅଡ଼ୁଆ,

ଆଗ୍ରହରେ ପୄଷ୍ଠା ଓଲଟେଇ

  ଶିଖିଲି ମୁଁ ଶବ୍ଦ ନୂଆ ନୂଆ ।

ପାଠପଢା ସାରି ଅବସରେ

  ଗପବହି ଲାଗେ ମିଠା ଭାରି,

ଶବଦକୁ ପାଇଗଲି ଭଲ

  ବହି ନେଲି ହୄଦୟେ ଆଦରି ।

ମାତା ସରସ୍ଵତୀଙ୍କର ରୂପ

  ବ୍ରହ୍ମାଣ୍ଡରେ ଜ୍ଞାନର ଭଣ୍ଡାର,

ଯେତେ ପଢେ ସେତେ ବଢେ ଶୋଷ

  ହୁଏନାହିଁ ହୄଦୟୁ ଅନ୍ତର ।

ସୁମାନବ କରି ଗଢି ତୋଳେ

  ଅଟଇ ସେ ଜୀବନ ଆଧାର,

ଶିକ୍ଷା ଦିଏ ପ୍ରତିଟି ସୋପାନେ

  ବ୍ୟକ୍ତିତ୍ୱକୁ ମାର୍ଜିତ ସୁଧାର ।

ଅନ୍ତରରେ ଜ୍ଞାନଦୀପ ଜାଳି

   ଅଜ୍ଞାନତା ଦିଏ ସେ ଦୂରେଇ,

ଭୂମିକା ତା ଅବର୍ଣ୍ଣନୀୟ

   ଜୀବନରେ ଶ୍ରେଷ୍ଠ ବନ୍ଧୁ ସେହି ।

  

  


Rate this content
Log in

Similar oriya poem from Inspirational