STORYMIRROR

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ବହି

ବହି

1 min
255

       

ବର୍ଣ୍ଣବୋଧ ରୁ   ବହିପଢା ପୁଣି       ଚାଟଶାଳୀ ପାଠ ବହି

ଶିଶୁ ଶ୍ରେଣୀରୁ    ବହି ପଢିବାକୁ         ଅକ୍ଷର ଦିଏ ଶିଖାଇ

ବହି ପଢିବାତ    ସରୁନାହିଁ ମୋର      ଆସି ମୁଁ ହେଲିଣି ବୁଢା

ଏଯାଏଁ ସରୁନି    ବହିସବୁ ଯେତେ      କେମିତି ଛାଡିବି ପଢା ।।


ଓଡ଼ିଆ ସାହିତ୍ୟ  ବ୍ୟାକରଣ ପାଠ  ଗଳ୍ପ,ଉପନ୍ୟାସ କେତେ

ଭ୍ରମଣ କାହାଣୀ, ନାଟକ,ପୁରାଣ, କବିତା ବହିରୁ ଥାକେ

ପଢିସାରିଲିଣି  ଆହୁରି ରହିଛି  ପର୍ବତ ଆକାର ବହି

ପଢ଼ିବାତ ଛାଡ  ଜୀବନରେ ତାକୁ  ଛୁଇଁ ପାରିବିକି ନାହିଁ ।।


ଏତେପଢି ପଢି  ତଥାପି ଏଜାଏଁ  ସ୍ଵଳ୍ପ ଜ୍ଞାନ ଲଭିନାହିଁ

ଗୁରୁଙ୍କ ଆଶିଷେ  ପଢ଼ିବା ଶିଖିଛି  ଆଉକିଛି ଜଣାନାହିଁ

ସେହିବହି ମୋର ଆଖି ଖୋଲିଅଛି  ବଞ୍ଚିବାର ରାହା ଦେଇ

ବଞ୍ଚିବା ଶିଖିଛି  ତାହାରି ପ୍ରଭାବେ  କଥା କହୁଅଛି ମୁହିଁ ।।


ଗୀତା,ଭାଗବତ, ବେଦ,ଅବା ହେଉ  ଉପନିଷଦର କଥା

ବହି ରୁ ପଢି ମୁଁ  ଜାଣି ଜଣାଉଛି  କିଛି ଶିକ୍ଷଣୀୟ ବାର୍ତ୍ତା

ବହି ଶିଖାଇଲା  ମହାମାନବଙ୍କ  ଜୀବନୀ ଚଳଣି ଚର୍ଜ୍ୟା

ତେଣୁ ବହିଅଟେ ମହା ସଂଜୀବନୀ  ସମ ଏକ ମହାବିଦ୍ୟା ।।


ତନ୍ତ୍ର,ମନ୍ତ୍ର,ଯନ୍ତ୍ର  ବିଦ୍ୟା ବହିର  ପୃଷ୍ଠାରେ ସନ୍ନିହିତ  

ବହି ବିନା ସର୍ବ  ଶୂନ୍ୟ ଅପୂର୍ଣ୍ଣ  ମଣିଷ ହୁଅନ୍ତା ଅନ୍ଧ 

ବହି ମହାଧନ  ବହି ମହାଜ୍ଞାନ ବହି ଏ ସାହିତ୍ୟ,ଭାଷା

ଉଦ୍-ଜିବିତ କରି ରଖିଅଛି ବହି ଜୀବନେ ଅନେକ ଆଶା ।।


ଅଜଣା କଥାକୁ  ଜଣାକରେ ବହି  ତା ମହାତ୍ମ ଅପରିମିତ 

ଜୀବନ ଆକାଶେ ଉଦିତ ସୂର୍ଯ୍ୟ  ଜ୍ଞାନ-ଆଲୋକର ଉତ୍ସ

ଜୀବନ ଅନ୍ଧାର  ଆକାଶରେ ବହି  ଉଦିତ ପୂର୍ଣ୍ଣିମା ଶଶି

ଅବ୍ୟକ୍ତ ତାଗୁଣ ସମାଜ ଗଠନେ  ଅଟେସେ ଅଭିନ୍ନ ସାଥି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational