ମାଡ଼ିଚାଲ
ମାଡ଼ିଚାଲ
ମହରଗ ଦୁନିଆରେ
ଶସ୍ତା ଟିକିଏ କିଣିବା ଚାଲ ।
ନିଜ ପାଇଁ ନିଜେ
ଶ୍ରମ ଦାନ କରି
ଦୁନିଆ ଦରବ ଯୋଗଡି ଚାଲ ।
ଅଭାବ ହଟିବ ଗରୀବ ମରିବ
ମୁହଁରେ ହସ ଫୁଟାଇ ଚାଲ ।।
ମାଙ୍କଡ଼ ଖାଉଛି ଭାଙ୍ଗୁଛି ଡାଳ
ବରାହା କ୍ଷେତରେ ମାଳକୁ ମାଳ
ଗଜରାଜଙ୍କ ରାଜୁତି ଏଠି
ଗେଣ୍ଡା ଖାଉଛି ପାଦପ ମୂଳ ।
ଏପରି କହି
ମୁଁହ ମୋଡୁଛ ଶ୍ରମିକ ଭାଇ ?
ଆଗରୁ ନଥିଲେ ଏମାନେ କଅଣ
ଖରା ବରଷା କଥା ଭାବୁନ ।
ଯାହା ଯେପରି ଆଗରୁ ଥିଲେ
ଚୋରି ହାରୀ ଙ୍କୁ ଧରାଉ ଥିଲେ ।
ଆସ ସରବେ ଏକାଠି ହୋଇ
ଶୁଣ ସଭିଏଁ ଭଉଣୀ ଭାଇ
ଶ୍ରମ କରିବା ସଜାଗ ହେବା
ଭଣ୍ଡା
ମୁନିଙ୍ଗା ଶାଗ ରୋଇବା
ପନି ପରିବା କଷ୍ଟ ନ ରହି
ଏଇଠି ସେଠି
ବଜାର ଦର କମିବ ସବୁଠି ।।
ମାଟି ପାଣି ଅଛି ସଭିଙ୍କ ପାଇଁ
କିରଣ ଦେଉଛି ସୂରୁଜ ଭାଇ।
ପବନ ନାନା ହଲାଇ ହାତ
ଡାକଇ ସରବେ ଏକାଠି ଆସ ।
କାମ କରିବା ସାହସୀ ହେବା
ଗରୀବ ଦୁନିଆ ହଟାଇ ଦେବା ।
ଖାଇଣ ଖାଦ୍ୟ ଯୋଗଡି ବଳ
ବୀର ସୈନିକ ଦେଶରେ ଚଳ ।
ସୈନିକ ସେହି
ସବୁଠି ସଜାଗ ଯିଏ ରହୁଛି ଭାଇ ।।
ହେଉଛି ଅମଳ ଭାରି ଅଳପ
ଖାଇବା ସଭିଏଁ କରି ଆଳାପ ।
କିପରି ହଟିବ ଅଭାବ ଆମ
କିପରି ବଞ୍ଚିବି ଆମରି ଧନ ?
ମହରଗ ଦୁନିଆରେ
ବୁଦ୍ଧି ବଳ ଖଟାଇ ଚାଲ
ନିଜେ ହସି ନିଜ ଜାତିକୁ ହସାଇ
ଆଗକୁ ଆଗକୁ ମାଡ଼ି ଚାଲ ।।