Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Inspirational

3  

Bijay Prusty

Inspirational

ବହି

ବହି

1 min
175



ସିଲଟ ଖଡିର ପାଠ ସରିଗଲା

ସରିଲା ଅକ୍ଷର ଶିକ୍ଷା

ଚାଟଶାଳୀ ଛାଡି ବିଦ୍ୟାଳୟେ ମୋର

ହୋଇଗଲା ନାମ ଲେଖା I

ଖାତା କଲମରେ ଲେଖିଲି ପାଠ ମୁଁ

ପଢିଲି ମୁଁ ଛବିବହି

ଲିଖନ ପଠନ ଅଭ୍ୟାସର କଥା

ଗୁରୁଜୀ ମୋ ଦେଲେ କହି I

ପାଠପଢାରେ ମୁଁ ଆଗକୁ ଚାଲିଲି

ବହି ହେଲା ମୋର ସାଥି

ସାହିତ୍ୟ ସଂସୃତ ହିନ୍ଦୀ ଇତିହାସ

ପଢିଲି ମୁଁ ନିତି ନିତି I

ଅଜ୍ଞାନ ଅନ୍ଧାରେ ଜ୍ଞାନର ଆଲୋକ

ଦେଖାଇଲା ମୋତେ ବହି

ବହିର ମାୟାରେ ପଡିଗଲା ପରେ

ଛାଡି ପାରିଲିନି ରହି I

ଆଜିଯାଏ ବହି ପଢୁଛି ପଢୁଛି

ଜ୍ଞାନର ଭଣ୍ଡାର ବଢେ

ସେଥିପାଇଁ ନିତି ନୂଆ ନୂଆ ବହି

ସଂଗ୍ରହ କରି ମୁଁ ପଢେ I

ବହି ଅଟେ ମୋର ଅତି ଆପଣାର

ବହିର ତୁଳନା ନାହିଁ

ଜୀବନ ପଥରେ ଚାଲିବାର ବାଟ

ଦେଖାଇଛି ମୋତେ ବହି I

        


Rate this content
Log in

Similar oriya poem from Inspirational