STORYMIRROR

Sunanda Mohanty

Classics Thriller Others

3  

Sunanda Mohanty

Classics Thriller Others

ମାଆ ଆସିଛନ୍ତି ବୋଲି

ମାଆ ଆସିଛନ୍ତି ବୋଲି

1 min
113


ମେଘପୁଞ୍ଜ ଭିତରେ ମାଧୁରିମା ସାଥିରେ 

ଆସିଛନ୍ତି ମାଆ ନିଜ ରଙ୍ଗେ 

କୋଳାକୋଳି ମେଳି ସାଙ୍ଗ ସାଥି ତାଳି 

ଭକ୍ତ ଭକ୍ତି ସଚେତନ ସଙ୍ଗେ 

ସବୁଜ ପତ୍ର ନଈ ନାଳ ଛତ୍ରେ ଛତ୍ର 

ଆସିଛ ମାଆ ଇନ୍ଦ୍ରଧନୁ ରଙ୍ଗେ 

ଚାରିଆଡେ ମଙ୍ଗଳବାଦ୍ୟ ନୃତ୍ୟ ଗୀତ 

ଶୁଭେ କେତେ ରନ୍ଦ୍ର ଛନ୍ଦେ 

ଆରତ ଶୁଣ ମାଆ ମନ୍ଦାକିନୀ ଦୁର୍ଗତିନାଶିନୀ 

ଦୁର୍ଗା ତଵ କୃପା ପଦାରବିନ୍ଦେ 

ଶୁଭେ ଘଣ୍ଟା ଘଣ୍ଟ ମୃଦଙ୍ଗ ତାଳି କରତାଳି 

କେତେ ରଙ୍ଗ ଢଙ୍ଗେ 

ଫୁଲତୋଳି ବାଳୀ ହାତେ ନେଇ କୁସୁମାଞ୍ଜଳି 

ସାଜି ଅଙ୍ଗେ ରଙ୍ଗେ 

ମାଆ ପାଇଁ ନୃତ୍ୟ ଗୀତ ବାଦ୍ୟ ତୋରଣ 

ଆଲୋକମାଳ ସଙ୍ଗେ 

ଦିଅ ମାଆ ଢାଳି ଆଶିଷ ଆୟୁଷ ନିରୋଗ 

ରୁହନ୍ତୁ ସର୍ବଜନ ବିସ୍ମୟ କର ସୁସଙ୍ଗେ 

ଯାଉ ଦୂରେଇ ମୋହ ମାୟା ରୋଗ ଋଣ 

ସର୍ବେ ଶାନ୍ତି ମୈତ୍ରୀ ପ୍ରୀତିର ରଙ୍ଗେ 

ହୋଇ କୋଳାକୋଳି ମେଳି ଥାଆନ୍ତୁ 

ରଙ୍ଗେ ସଂସାର ନାଆ ମଙ୍ଗେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics