STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ମାଆ ଆସିଛନ୍ତି ବୋଲି

ମାଆ ଆସିଛନ୍ତି ବୋଲି

1 min
311


ଶରତେ ମରତ ସୁନ୍ଦର ଦିଶୁଛି 

ମାଆ ଆସିଛନ୍ତି ବୋଲି 

ଆଲୋକ ତୋରଣ ଗଢ଼ଣ ଭିତରେ 

କାଶତଣ୍ଡୀ ଝୁଲି ଝୁଲି 

ନଈ ପଠା ଧାରେ ଦୂରୁ କାଶତଣ୍ଡୀ 

ଦିଶେ ଧବଳ ବଗ ବଗୁଲି 

ପ୍ରକୃତି ହସୁଛି ନଈ ଉଛୁଳୁଛି ସବୁଜିମା 

ଭରିଛି ନେଳି ପତ୍ରେ ଖୁସିରେ ଖାଲି 

ସିଂହବାହିନୀ ମହିଷାମର୍ଦ୍ଦିନୀ ଦୁର୍ଗେ 

ଦୁର୍ଗତିନାଶିନୀ ପୂଜା ପାଆନ୍ତି ବୋଲି

ଆସ ମା ଦୁର୍ଗା ଧରଣୀରେ ଆଜି 

ଆଗମନୀ ଗୀତିକା ବୋଲି 

ନଈଧାରେ କାଶତଣ୍ଡୀ ସ୍ୱାଗତଗୀତ ଗାଏ 

ତୁମ ସାଥେ ଯାଏ ଚାଲି 

ତୁମେ ଦଶବିଦ୍ୟା ମାଆ ଦଶଭୁଜା 

କେମିତି କହିବି ଖୋଲି 

କେତେ ଯେ ରାକ୍ଷାସ ଦୁଷ୍କର୍ମ କରି 

ପାପଭାରେ ଧାରପରେ ବୁଲି 

ତାଙ୍କ ପାଇଁ କିଛି କର ମହାମାୟୀ 

ନାରୀ ହସୁ ଖିଲି ଖିଲି 

ନାରୀ ନିଜ ଭୁଲ ପାଇଁ ଅନୁତପ୍ତ ଏବେ 

ରାକ୍ଷାସ ଯାଆନ୍ତୁ ଜୀବନୁ ଚାଲି 

ନାରୀ ଶକ୍ତି ସ୍ପୁର୍ତ୍ତି ଶାନ୍ତି ପ୍ରୀତି ମୈତ୍ରୀ ପ୍ରତୀକ 

ତୁମ ଠାରୁ ଅଧିକ କିଏ ଜାଣେ ବୋଲି 

ସବୁ ଅସ୍ତ୍ର ଶସ୍ତ୍ର ଧରି ଆସ ଧରାକୁ ମାତ 

ଶାନ୍ତିର ଝଣ୍ଡା କାଶତଣ୍ଡୀ ହଲି କହେ ଖୋଲି


Rate this content
Log in

Similar oriya poem from Classics