ମାଆ ଆସିଛନ୍ତି ବୋଲି
ମାଆ ଆସିଛନ୍ତି ବୋଲି
ଶରତେ ମରତ ସୁନ୍ଦର ଦିଶୁଛି
ମାଆ ଆସିଛନ୍ତି ବୋଲି
ଆଲୋକ ତୋରଣ ଗଢ଼ଣ ଭିତରେ
କାଶତଣ୍ଡୀ ଝୁଲି ଝୁଲି
ନଈ ପଠା ଧାରେ ଦୂରୁ କାଶତଣ୍ଡୀ
ଦିଶେ ଧବଳ ବଗ ବଗୁଲି
ପ୍ରକୃତି ହସୁଛି ନଈ ଉଛୁଳୁଛି ସବୁଜିମା
ଭରିଛି ନେଳି ପତ୍ରେ ଖୁସିରେ ଖାଲି
ସିଂହବାହିନୀ ମହିଷାମର୍ଦ୍ଦିନୀ ଦୁର୍ଗେ
ଦୁର୍ଗତିନାଶିନୀ ପୂଜା ପାଆନ୍ତି ବୋଲି
ଆସ ମା ଦୁର୍ଗା ଧରଣୀରେ ଆଜି
ଆଗମନୀ ଗୀତିକା ବୋଲି
ନଈଧାରେ କାଶତଣ୍ଡୀ ସ୍ୱାଗତଗୀତ ଗାଏ
ତୁମ ସାଥେ ଯାଏ ଚାଲି
ତୁମେ ଦଶବିଦ୍ୟା ମାଆ ଦଶଭୁଜା
କେମିତି କହିବି ଖୋଲି
କେତେ ଯେ ରାକ୍ଷାସ ଦୁଷ୍କର୍ମ କରି
ପାପଭାରେ ଧାରପରେ ବୁଲି
ତାଙ୍କ ପାଇଁ କିଛି କର ମହାମାୟୀ
ନାରୀ ହସୁ ଖିଲି ଖିଲି
ନାରୀ ନିଜ ଭୁଲ ପାଇଁ ଅନୁତପ୍ତ ଏବେ
ରାକ୍ଷାସ ଯାଆନ୍ତୁ ଜୀବନୁ ଚାଲି
ନାରୀ ଶକ୍ତି ସ୍ପୁର୍ତ୍ତି ଶାନ୍ତି ପ୍ରୀତି ମୈତ୍ରୀ ପ୍ରତୀକ
ତୁମ ଠାରୁ ଅଧିକ କିଏ ଜାଣେ ବୋଲି
ସବୁ ଅସ୍ତ୍ର ଶସ୍ତ୍ର ଧରି ଆସ ଧରାକୁ ମାତ
ଶାନ୍ତିର ଝଣ୍ଡା କାଶତଣ୍ଡୀ ହଲି କହେ ଖୋଲି