STORYMIRROR

Bijaya Panda

Inspirational

3  

Bijaya Panda

Inspirational

ନାରୀ ନୁହେଁ ତୁ ନାରାୟଣୀ

ନାରୀ ନୁହେଁ ତୁ ନାରାୟଣୀ

1 min
396

ନାରୀ ତୁ ନୁହେଁ ତୁ ନାରାୟଣୀ

ତୋ ବିନା ଏ ଜୀବନ ଅଧୁରା

ତୋ ବିନା ଜୀବନ ଶୁଷ୍କ ମରୁଭୂମି ପରି

ଯେଉଁଠି ମଣିଷ ଆତ୍ମା ବିହୀନ


କେବେ ତୁ କାହ୍ନା ର ଯଶୋଦା ପରି

ସେହ୍ନ ମୟୀ, କରୁଣା ମୟୀ

କେବେ ମଦର୍ ଟେରେସା ପରି

ଜଗତ କଲ୍ୟାଣମୟୀ

କେବେ ମିରାବାଇ ପରି

ଭକ୍ତି ର ସାଗର

କେବେ ରାଧା ମାଇଁ ପରି

ଶାଶ୍ୱତ ପ୍ରେମୀ

କେବେ ମହିଷାସୁର ମର୍ଦ୍ଦିନୀ ମା' ଦୁର୍ଗା ପରି

ପରାକ୍ରମୀ ..

ମାତୃ ଭଗିନୀ ସହଧାର୍ମିଣୀ ରୁପେ

ତୋର ବିଶାଳ ହୃଦୟରେ

ଜାଗାଟିଏ ଦେଇ

ତୁ ସ୍ନେହରେ ବାନ୍ଧି ରଖୁ ଏ ସଂସାର ।


ସଂସାର ଗଢୁ ତୁ

ସଂସାର ଭାଙ୍ଗିପାରୁ ବି ତୁ


କିନ୍ତୁ ଆଜିର ସମାଜ

କେଜାଣି କାହିଁକି

ହତାଦର କରେ କନ୍ୟା ସନ୍ତାନକୁ

କନ୍ୟା ସନ୍ତାନ ଟିଏ ନଥିଲେ

କେଉଁଠି ମିଳିବ ଭଉଣୀଟିଏ

କେଉଁଠୁ ଆସିବ ଜୀଵନର ସାଥିଟିଏ

କେମିତି ଶୁଭିବ ମା ଶବ୍ଦ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational