ପ୍ରକୃତ ବନ୍ଧୁ
ପ୍ରକୃତ ବନ୍ଧୁ
ସମ୍ପର୍କର ଡୋରି ଦୂରୁଆଣେ ଟାଣି
ବନ୍ଧୁଆସେ ସରାଗରେ ,
ବନ୍ଧୁ ହସିଦେଲେ ଫୁଲ ଝରିପଡେ
ଶୁଭାଶିଷ ଲଗନରେ !!
ଦରଦୀ ହୃଦୟ ବନ୍ଧୁତ୍ବ ବିଭବ
ସୁଖଦୁଃଖେ ହୁଏ ଭାଗି ,
ବିପଦ ଆପଦେ ବନ୍ଧୁ ସାହାହୁଏ
ବନ୍ଧୁତ୍ବ ଉଠଇ ଜାଗି ! !
ଧନୀଗରିବ'ର ନାହିଁ ଭେଦଭାବ
ବନ୍ଧୁତା ଆଦର୍ଶ ଛବି ,
ବନ୍ଧୁ ମାନେ ନାହିଁ ଜାତିକି ଅଜାତି
ବନ୍ଧୁ ଅଂଶୁମାନ ରଵି ! !
ବନ୍ଧୁର ହୃଦୟ ସ୍ନେହଁ ପ୍ରେମେ ପୂର୍ଣ୍ଣ
ନିଆରା ସମ୍ପର୍କ ଭାବ ,
ବନ୍ଧୁ ଏକା ବୁଝେ ବନ୍ଧୁ ଏକା ଯୁଝେ
ସର୍ବସିଦ୍ଧି ପୁଣ୍ୟଲାଭ ! !
ଜୀବନପଥରେ କେତେ ଝଡ ଆସେ
ବନ୍ଧୁ'ହିଁ ପାରଇ ଜାଣି
ବିପଦ ଆପଦେ ବନ୍ଧୁ ଧାଇଁଆସେ
କରି ଦିଏ ଚିରଋଣୀ ! !
ପ୍ରକୃତ ବନ୍ଧୁର ଏଇ ପରିଚୟ
ରାଜଦ୍ୱାରେ ଶମସାନେ ;
ଉତ୍ସବ ବ୍ୟତ୍ସନେ ରହେ ଉପସ୍ଥିତ
କୋଟି ଜନମନ ଜିଣେ !!
ଦେଇ ଆଶ୍ୱସନା ସାଜେ ସମ୍ଭାବନା
ସଙ୍କଟରେ ଥିଲେ ବନ୍ଧୁ
ସମଦୁଃଖେ କାନ୍ଦେ ଦରଦୀ ହୃଦୟେ
ନୟନୁ ନିଗାଡ଼ି ବିନ୍ଦୁ !!
ଶୁଭ ଅବସରେ ବନ୍ଧୁ ମିଳନରେ
କରୁଛି ମୁଁ' ନିବେଦନ ;
ଆହେ ବନ୍ଧୁଗଣ ରଖ ବନ୍ଧୁପଣ
ମନରେ ନରଖି ଆନ !!
ମଧୁର ସମ୍ପର୍କ ଗଢିବ କୋଣାର୍କ
ସ୍ମୃତି ଦୀପ୍ତିମୟ ହୋଇ ;
ଉଦ୍ଭାସିତ ହେବ ଏସାରା ବିଶ୍ୱରେ
ବନ୍ଧୁତା'ର ଗାଥା ଗାଇ !!
ବିଶ୍ୱସମୁଦାୟ ଏକ ପରିବାର
ବନ୍ଧୁତା'ତ ସେତୁବନ୍ଧ ;
ସେତୁବନ୍ଧେ ଚାଲ ଧରି ସର୍ବେ ହସ୍ତ
କାନ୍ଧକୁ ମିଳାଇ କାନ୍ଧ ;!!
ସଂସାର'ର ଚିତ୍ର ବନ୍ଧୁର ସଂଳାପ
ସବୁ ଲାଗେ ଆପାଣର ,
ହେ'ପ୍ରକୃତବନ୍ଧୁ ଆସିବ ପାଖକୁ
ଉନ୍ନୁକ୍ତ ଅଛି ମନ୍ଦିର ! !
ବିଶ୍ଵ ଦରବାରେ ବନ୍ଧୁତା ଆଦର୍ଶେ
ଭାରତୀୟ ଭାବ ଧାରା ,
ସମ୍ପର୍କ ସୌହାର୍ଦ୍ଦ୍ୟ ମୂଳ ଲକ୍ଷ୍ୟ ପିଣ୍ଡ
ପବିତ୍ର ଏ' ମାଟି ଧରା ! !
