STORYMIRROR

Prasant Kumar Nath

Inspirational

3  

Prasant Kumar Nath

Inspirational

ପ୍ରକୃତ ବନ୍ଧୁ

ପ୍ରକୃତ ବନ୍ଧୁ

1 min
252

ଗଛ ଆମ ପାଇଁ 

ପ୍ରକୃତ ବନ୍ଧୁଟେ

କରେ ଆମ ଉପକାର

ଜୀବନ ଆମର 

ଜିଇବା ପାଇଁକି

ଗଛ ନିଶ୍ଚେ ଦରକାର ।


ଗଛ ହିଁ ଆମକୁ

ଖାଦ୍ୟପେୟ ଦିଏ

ଗଛ ଦେଇଥାଏ ରାହା

ସୁଖରେ ଶାନ୍ତିରେ

ରହିବା ପାଇଁକି

ଗଛ ହୋଇଥାଏ ସାହା ।


ଗଛ ଦେଇଥାଏ

ବରଷା ଓ ଖରା

ଗଛ ହିଁ ଆମର ବନ୍ଧୁ

ଗଛ ଥିଲେ ସିନା

ଦୁଃଖକୁ ହଟେଇ

ଭରିଦିଏ ସୁଖ ସିନ୍ଧୁ ।


ଗଛ ଦେଇଥାଏ

ଫୁଲ ଫଳ ବାସ

କରଇ ଜୀବନ ରକ୍ଷା

ଏମିତି ଗୋଟିଏ

ପ୍ରକୃତ ବନ୍ଧୁର

କରିବା ଚାଲ ସୁରକ୍ଷା ।


ଜୀବନରେ ଯିଏ

ଶିଖିନି ଛଳନା

ସବୁ କଷ୍ଟ ସହିଯାଏ

ଦୁନିଆଁରେ କୁହ

ଏମିତି ବନ୍ଧୁଟେ

ଆଉବା ହୋଇବ କିଏ ।



Rate this content
Log in

Similar oriya poem from Inspirational