ଶେଷ ହସ
ଶେଷ ହସ
ଶେଷ ହସ ମିଠା ଥିଲା କି ଖଟା
ଜାଣିବା ଆଗରୁ କାଶତଣ୍ଡୀ ହସୁଥିଲା
ନଈ ଉପର ତଳ ପଠା
ହସରେ ଅନେକ ଶ୍ଲେଷ
ଭାରି ମନ ଭାରି ହୃଦୟ ଅବଶୋଷ
ହସିବାରେ ନାହିଁ ଶୋଷ
ମାଆ ଆସିଛନ୍ତି ଦଶହରା ସର୍ବେ ପାଳନ୍ତି
ନରଖି ଭେଦ ଭାବ ରାଗ ରୋଷ କି ଦ୍ୱେଷ
ତଥାପି କେହି ପାରୁନି ଖୋଲି ହସ
ଆମ ଗାଁ ଚାଷୀଭାଇ ଖାଇଛି କାଲି ବିଷ
ଜୁଆନ ଝିଅ ମରିପଡିଛି ସେଠି କାଶତଣ୍ଡୀ ପୁଷ୍ପ
ବୁଢୀମାଆ ଛାଡିଲା ହବିଷ
ଏକାଦଶୀ ସଂକ୍ରାନ୍ତିରେ ଏତେ ଭାଗଶେଷ
ଅଣ୍ଟୁନି ନିଆଁ ପାଣି ଚୁଲି କି ପାଉଁଶ
ସବୁ ହୋଇଯାଉଛି ଆଖି ଆଗେ ଭସ୍ମ
ମାଆ ଆସିଛି କାହିଁକି କେଜାଣି
ଯଦି ଏତେ ସବୁ ରାଗ ଅଭିମାନ ରୋଷ
ଛାଡ଼ ଗଲାକଥା ଗଲାଣି ଏବେ ଟିକେ ହସ
ମାଆ ନିଶ୍ଚୟ ଆଣିବ ପୁଷମାସ
ଦୂରେଇ ଅମାବାସ୍ୟା ଉଆଁସ
ମାଆ ଉପରେ ଅଛି ବୋଲି ବିଶ୍ୱାସ
ଚାଲିଛି ଏଯାଏଁ ନିଶ୍ଵାସ
ଗଛ ପତ୍ର ନଈ ନାଳ ଫୁଲ ଫଳ
ପ୍ରକୃତିରେ ଭରା ଭରା ହସ
ମଣିଷ ସବୁ ଭୁଲି ହସିବ ନିଶ୍ଚେ ଅବଶ୍ୟ