Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amitav Sahu

Inspirational

5.0  

Amitav Sahu

Inspirational

ଅନେକ କିଛି ଶିଖିବାର ଅଛି

ଅନେକ କିଛି ଶିଖିବାର ଅଛି

1 min
176


ଅନେକ କିଛି ଶିଖିବାର ଅଛି

ଯାହା ସମାଜର ସାମାଜିକତାରୁ ନୁହଁ

ପ୍ରକୃତିର ବସ୍ତବତାରେ ନିହିତ ଥିବା ଗୁଣ ।


ଦିନ ଦିନ ଧରି ପରୋଉପକାରେ

ଅବିଶ୍ରାନ୍ତ ଭାବେ ବୋହିଚାଲିଥିବା

ନଦୀ ଠାରୁ ସେବା ଓ ଉଦାର ପଣ।

ବିଶାଳ ହୃଦୟରେ ଅନେକ ପକ୍ଷୀଙ୍କୁ

ଜାଗା ଦେଇଥିବା ଗଛ ଠାରୁ

ଦୟା, ବିନୟ

ଧର୍ଯ୍ୟ ଓ ଦାମ୍ଭିକତାର ଉଦାହରଣ ।


ଯାହା ସମାଜର

ସାମାଜିକତାରେ ଦେଖିବା ସପନ

ନିର୍ଦୟା, ନିଷ୍ଠୁରତା ଯେଉଁଠି ପହଣ ପହଣ ।


ଶିଖିବାର ଅଛି

ପକ୍ଷୀମାନଙ୍କ ଉନ୍ମୁକ୍ତ ଉଡାଣ

ସାହସ, ମନୋବଳ

କାଠି କୁଟାକୁ ଏକ କରି

ନିଜ ପାଇଁ ନିଜେ ନିଡଟିଏ ଗଢିବାର କୌଶଳ ।

ଦିନ ତମାମ ଖାଦ୍ୟ ଅନ୍ୱେଷଣେ

ଘୁରି ବୁଲୁଥିବା କୀଟ ପତଙ୍ଗ ଠାରୁ

କଠିନ ପରିଶ୍ରମର ଫଳ

ସହଜ କରୁଥିବା ଜୀବନ ଜଜାଳ ।


ସବୁଠୁ ନିଜର ଅତି ଆପଣାର

ମାଟି ମା କୋଳ

ପେଟ ପୋଷେ କାହାର

ତରୁଲତା ଫୁଲ ଫଳ ।

ରବି ଶଶି ତାରାଙ୍କ ମେଳ

ଦିଅନ୍ତି ଉଜ୍ଜ୍ୱଳ ଦିବାନିଶି ଅବିରଳ ।


ଯେଉଁଠି ପ୍ରକୃତି ଅବିରତ ଚଳଚଞ୍ଚଳ

ତାହା ସମାଜର

ସାମାଜିକତାରେ ନିହାତି ଦୁର୍ବଳ

ଏବେ ଶିଖି ଶିଖେଇବାର ବେଳ ।


ନିଜ ପାଇଁ ନିଜେ କର

ଅନ୍ୟ ପାଇଁ ନିଜେ ସୁବିଚାର

ନିଜ ପାଖେ ଥିବା ଗୁଣ

ନିଜ ପାଇଁ କର ନିପୁଣ

ଦେଖିବ ସମାଜ, ସାମାଜିକତାରେ ଯିବ ଭରିଣ

ଯେଉଁଠି ନଥିବ

ଦୁଃଖ, କଷ୍ଟ, ଯନ୍ତ୍ରଣା ନାନାଦି କାରଣ ।



Rate this content
Log in

Similar oriya poem from Inspirational