STORYMIRROR

Amitav Sahu

Romance

3  

Amitav Sahu

Romance

ପ୍ରେମ- ୨୧

ପ୍ରେମ- ୨୧

1 min
262

ଫୁଲ ଓ କଣ୍ଟା ଭିତରୁ

ତୁମେ ବାଛିନେଲ ସବୁତକ ଫୁଲ

ଏବେ କଣ୍ଟାକୁ ହିଁ କରିଛି ନିଜର

ହୁଏତ ଫୁଲ ସାଥେ ରହି

ଫୁଲର କୋମଳ ପଣେ

ମଧୁରତାକୁ ପାଇଛ ଅନେକ ଥର

ମୁଁ କିନ୍ତୁ

କଣ୍ଟାରେ ରହି ବି ନୁହେଁ କଣ୍ଟକିତ

କଣ୍ଟାର କ୍ରୁରତା ଭିତରୁ ଖୋଜି ପାଇଛି

ଖୁସିରେ ଜୀବନ ବଞ୍ଚିବାର ।


ଫୁଲ ସାଥେ କଣ୍ଟା

କଣ୍ଟା ସାଥେ ଫୁଲ

ଅନେକ ସାମଞ୍ଜସ୍ୟ ପରସ୍ପର

ହେଲେ ସେ କି ଫୁଲ

ଫୁଲ ପାଖେ ନଥିଲେ ଆଘାତ କଣ୍ଟାର !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance