STORYMIRROR

Amitav Sahu

Classics

2  

Amitav Sahu

Classics

ପ୍ରତୀକ୍ଷା

ପ୍ରତୀକ୍ଷା

1 min
172

ପ୍ରତୀକ୍ଷା, ଗୋଟେ ମୁହୂର୍ତ୍ତକୁ

କାଳେ କେଉଁ ଦୂର୍ଗମ ଗଡର

ଫାଟକ ଦେଇ ଆସିଯିବ ଶାନ୍ତିର ବିନିମୟ

ଖେଳିଯିବ ହିଂସା ଓ ଉତ୍ତେଜନାର ଗଳିକନ୍ଦିରେ

ଅସଭ୍ୟ ଓ ଭ୍ରଷ୍ଟାଚାରର ସଭାଳୟକୁ

ସଭ୍ଯ ରୂପେ ଗଢିତୋଳିବାର ଅଭିପ୍ରାୟେ


ପ୍ରତୀକ୍ଷା, ଗୋଟେ ସମୟର ବ୍ୟବଧାନକୁ

ଦୃଢତା ଓ ବିଶ୍ବାସର ଶତପଥି ମଣିଷଟିଏ

ସତ୍ୟବାଦୀ ସମାଜର ଅନ୍ଵେଷଣେ

ଖୋଜି ବୁଲୁଥିବା ପ୍ରୟାସକୁ

ଯେଉଁଠି ଥିବ ସ୍ନେହ ପ୍ରେମ ପ୍ରୀତି

ଜାତିବାଦ ଧର୍ମବାଦକୁ ଭୁଲିଯାଇ

ଗୋଟିଏ ଡୋରୀରେ ବନ୍ଧାଥିବା

ଏକ ନୂତନ ଜନଜାଗୃତିକୁ


ପ୍ରତୀକ୍ଷା, ଗୋଟେ ସତାଦ୍ଦୀର ପ୍ରାରମ୍ଭକୁ

ଗୋଟେ ସାଧୁବାଦର ଆଗମନକୁ

ଉଜ୍ଵଳ ଭବିଷ୍ୟତଟିଏ ଗଢି ଧୋଇବାକୁ

କଳୁଷିତ ସମାଜର କାଳିମାକୁ

ଉଧାରିବାକୁ ଅମାଅନ୍ଧାରର ଘନଘଟା ଭିତରେ

ସବୁଜ ସୁନ୍ଦର କରି ଗଢିତୋଳିବାକୁ ଏ ସମାଜକୁ


ସତରେ କ'ଣ ଆସିବ

ଏମତି ଏକ ମୂହୁର୍ତ୍ତ, ସମୟ ଓ ସତାଦ୍ଦୀ

ସତରେ କ'ଣ ହଜିଯିବ

ସବୁ ଅମାନବୀୟ କାରନାମା

ଆମ ମନର ଅଭିଧାନରୁ

ସତରେ କ'ଣ ଇତିହାସ ପାଲଟିଯିବ

ହିଁସା, ଘୃଣା, କ୍ରୋଧ ପରି ଶବ୍ଦ ସବୁ


ନା' ଅହରହ ଘଷାଡ଼ି କଚାଡି ହୋଇ ଚାଲିଥିବେ

ଅତୀତ ବର୍ତ୍ତମାନ ଭବିଷ୍ୟତର ରୂପ ନେଇ

ପ୍ରତୀଟି ମୁହୂର୍ତ୍ତରେ ପ୍ରତୀଟି ସମୟରେ

ପ୍ରତୀଟି ଜୀବନକୁ ନଷ୍ଟ କରିବାରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics