STORYMIRROR

Amitav Sahu

Abstract

2  

Amitav Sahu

Abstract

ସନ୍ଦେହ କରିବା ପୂର୍ବରୁ

ସନ୍ଦେହ କରିବା ପୂର୍ବରୁ

1 min
269

ନିଜ ଭିତରେ ନିଜକୁ ଖୋଜିବା

ଯଦି ଏତେ ଅସହଜ

କାହାକୁ ବା ପରଖିବି କେତେ

କାହା ଭିତରେ ଖୋଜିବି

ସନ୍ଦେହର ବାଟ

ଅଥଚ ସେଠି

ନିଜକୁ ନିଜେ ପଚାରେ

ମୁଁ ବା କେତେ ସଚ୍ଚୋଟ

ଯଦି ମୋ ଭିତରେ

ବିଶ୍ଵାସକୁ ତଉଲି ପାରେନା

ଅବିଶ୍ଵାସର ପାଉଲାରେ

ଅନ୍ତତଃ ନିଜକୁ ନିଜେ ଖୋଜୁଥିବି

ବିଶ୍ୱାସକୁ ପରିଚିତ ହେବାଯାଏଁ

ସନ୍ଦେହ କରିବା ପୂର୍ବରୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract