STORYMIRROR

Amitav Sahu

Abstract

2  

Amitav Sahu

Abstract

ଝଗଡା

ଝଗଡା

1 min
2.8K

ଝଗଡା ! ସେବେ ବି ଥିଲା

ନିଜର ଖ୍ଯାତି ପାଇଁ

ମାଟି ପାଇଁ ଜାତି ପାଇଁ

ଆଧିପତ୍ୟ ସାମ୍ରାଜ୍ୟର ବିସ୍ତାର ପାଇଁ ।


ଝଗଡା ! ଏବେ ବି ଚାଲିଛି

ଠିକ ସେମିତି

ସୀମାନ୍ତରେ ଦେଶ ପାଇଁ

ମାଟି ପାଇଁ ଜାତି ପାଇଁ ।

ଦେଶରେ ଗାଦି ପାଇଁ

ପଦ ପାଇଁ ଭେଦ ପାଇଁ ।

ଘରେ ଭାଇ ଭାଇ ଭିତରେ

ବଣ୍ଟୁଆରା ବାପାର ଅର୍ଜିତ ସମ୍ପତି

ଘର, ବିଲ, ବାଡି, କୂଅ, ପୋଖରୀ ପାଇଁ

ଏମିତି କି ବାପା ମା' ର

ଲାଳନ ପାଳନ ଦେଖାଶୁଣା ପାଇଁ ।


ଝଗଡା ! ଥିଲା, ଚାଲିଛି, ଚାଲିବ

ମାଟି, ପାଣି, ପବନ ଏକାକାର

ଥିଲେ ରହିଛନ୍ତି ରହିବେ

ନୁହେଁ ବଦଳିବାର ।

ହେଲେ ମଣିଷ ଆସେ ଯାଏ

ଅତିଥି କେଇ ଦିନର

ଯଦି ମଣିଷ ବୁଝି ପାରନ୍ତା

ମନୁଷ୍ୟତାକୁ ନିଜର

ହୁଏତ ଗଢିହୁଅନ୍ତା ସମାଜକୁ

କରି ସବୁଜ ସୁନ୍ଦର



Rate this content
Log in

Similar oriya poem from Abstract