STORYMIRROR

ସନାତନ ଦାସ

Inspirational

3  

ସନାତନ ଦାସ

Inspirational

ଅନୁତାପ ନିଆଁ

ଅନୁତାପ ନିଆଁ

1 min
362

ତୁମେ ଚାଲିଗଲ କେଉଁ ଏକ

ଅଫେରା ବାଟରେ

ଟିକିଏ ଭୁଲ ପାଇଁ

ଯାହା ପାଇଁ ଆଜି ବି ମୁଁ ଜଳୁଛି

ଅନୁତାପ ନିଆଁରେ 

ପ୍ରତି ମୁହୁର୍ତ୍ତରେ ତିଳ ତିଳ ହୋଇ ।।


ଆଖିରୁ ଦୁଇ ଟୋପା ଲୁହ ଝରାଇ

ମନର କଥା କୁ ମନ ରେ ରଖି

ଚୁପ୍ ଚାପ୍ ଚାଲିଗଲ

ମୋତେ ଅନୁତାପ ନିଆରେ

ଛାଡ଼ିଦେଇ ଗଲ ଜଳିବାକୁ।।


ଜାଣିଛି, ଆଉ ତୁମେ ଫେରିବ ନାହିଁ,

କି ପଛ ରୁ ଆସି ମୋ ଆଖି

ତୁମ ହାତରେ ବୁଜିବ ନାହିଁ,

ତୁମ ଆଖିରୁ ଝରିଥିବା ପ୍ରତିଟି

ଲୁହରେ ମୁଁ ବି ଅନୁତପ୍ତ ହୋଇ

ଜଳିଯିବା କୁ ଚାଂହିବି

ସବୁଦିନ ପାଇଁ ଏକୁଟିଆ ହୋଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational