STORYMIRROR

Kalandi pal

Inspirational

4  

Kalandi pal

Inspirational

ଜଳୁଛି ଦୀପାଳି

ଜଳୁଛି ଦୀପାଳି

1 min
376


ଜଳୁଛି ଦୀପାଳି      ଆଜି ମନମାରି

     ଦୀପାବଳି ଉତ୍ସବରେ

ନିଲଠା ମୁହଁରେ   ହସି ଦେଇ ଟିକେ

    ଜୁକୁ ଜୁଜୁ ହୋଇ ଜଳେ ।


ଦୀପ ସଜ୍ଜା ହୁଏ    ଘିଅ ବଳିତାରେ

     ନାମଟି ତାର ଦୀପାଳି

ନାହିଁ ମାଟି ଦୀପ    ବଳିତା କି ଘିଅ

     ଜଳୁଛି ଘରେ ବିଜୁଳି ।


କେତେ ରଙ୍ଗେ ସଜ୍ଜା ବାଜେ ଡେଗ ବାଜା

    ବାଣ ଫୁଟେ ଘରେ ଘରେ

ପ୍ରକୃତି ହେଉଛି       ଶ୍ୱାସରୁଦ୍ଧ ଆଜି

     ବିଷାକ୍ତ ବାଣ ଧୂଆଁରେ ।


ହୋମ ଯଜ୍ଞ ବିଧି      ବାୟୁର ପରିଧି

      କରାଏ ଶୁଦ୍ଧ ନିର୍ମଳ

ଆମ ସଂସ୍କୃତିର     ଯାହା ମୂଳ ପିଣ୍ଡ

      ଭୁଲି ଗଲେଣି ସକଳ ।


ଉଶୃଙ୍ଖଳ ଆଜ      ମାନବ ସମାଜ

    ସ୍ୱାର୍ଥକୁ କରି ସାରଥୀ

ପାଳେ ପରମ୍ପରା ମନେ ହୋଇ ତୋରା

    ପାଶ୍ଚାତକୁ କରି ସାଥୀ ।


ପୂରୁବ ପୁରୁଷେ     ମଧ୍ୟମ ଆକାଶେ

     ବିକଳେ ଅଛନ୍ତି ଚାହିଁ

ଧରାରେ ପ୍ରକୃତି     ହେଲାଣି ବିକୃତି

     ଫେରିବାକୁ ବାଟ ନାହିଁ ।


ପୁଣ୍ୟ ଟିକେ ପାଇଁ    ରହିଛନ୍ତି ଚାହିଁ

     ସରଗକୁ ଯିବା ପାଇଁ

ପୁଣ୍ୟ ବଦଳରେ    ଏଠି ବଂଶ ଧରେ

    ପାପକୁ ନିଏ କୋଳେଇ ।


Rate this content
Log in

Similar oriya poem from Inspirational