STORYMIRROR

Nibedita Panda

Inspirational

4  

Nibedita Panda

Inspirational

ଶୀତ ରାଣୀ

ଶୀତ ରାଣୀ

1 min
386

ପ୍ରକୃତି କୋଳରେ ଛଅ ଗୋଟି ଋତୁ

    ଆସଇ କ୍ରମାନ୍ୱୟରେ,

ଅନୁଭୂତ ହୁଏ ମୁଖ୍ୟତଃ ଭାବରେ

     ତିନି ଋତୁ ଧରଣୀରେ।


ହେମନ୍ତ ଋତୁକୁ ବିଦାୟ ଜଣାଇ

     ଉପସ୍ଥିତ ହୁଏ ଶୀତ,

କାକର ଟୋପାରେ ଘନ କୁହୁଡିରେ

     ଧରା ହୁଏ ଆଚ୍ଛାଦିତ।


ସୂର୍ଯ୍ୟଙ୍କ କିରଣ, ଶୀତ ଦିନସାରା

    ଆମୋଦିତ କରେ ମନ,

ଶୀତର ପ୍ରଭାବ ରହେନା ଦେହରେ

    ପଡ଼ିଲେ ସୂର୍ଯ୍ୟ କିରଣ।


ବିଭିନ୍ନ ପ୍ରକାର ଫୁଲ ଫୁଟିଥାଏ

    ଧରିତ୍ରୀ ମାତାର କୋଳେ,

ଶୋଭାର ଭଣ୍ଡାର ଧରଣୀର ବୁକୁ

    କେତେ ଜାତି ଫଳ ଫଳେ।


ଧାନ କ୍ଷେତ ଦିଶେ ଅତି ମନୋରମ

    ଚାଷୀ ମନରେ ସରାଗ, 

ଧାନ ଅମଳରେ କରିଥାଏ ସିଏ

    ସମୟର ବିନିଯୋଗ।


ପନିପରିବାର ଅଭାବ ହୁଏନି

   ଆସିଲେ ଧରାକୁ ଶୀତ,

ମାର୍ଗଶୀର ମାସ ଲକ୍ଷ୍ମୀଙ୍କ ନିବାସ

   ଘରଦ୍ୱାର ସୁଶୋଭିତ।


ଝୋଟିର ଚିତାରେ ହସଇ ଅଗଣା

    ଲକ୍ଷ୍ମୀଙ୍କର ଆଗମନେ,

ମହକଇ ଘର ପିଠାର ବାସ୍ନାରେ

    ସର୍ବେ ଖାଆନ୍ତି ପ୍ରସନ୍ନେ।


ଖରା ବରଷାର ଭୟ ରହେ ନାହିଁ

    ବୁଲିଯିବା ପାଇଁ ଭଲ,

ବଣ ଭୋଜି ମଜା ଶୀତ ଦିନେ ହୁଏ

    ମନ ହୁଅଇ ପ୍ରଫୁଲ୍ଲ।


ବିଦ୍ୟୁତ୍ ର ଖର୍ଚ୍ଚ କମିଯାଇଥାଏ

    ହୋଇଲେ ଶୀତ ପ୍ରକାଶ, 

ଶୋଇବା ଟି ବଡ ଆରାମ ଦାୟକ

     ଉଠିବା ଲାଗେ ଅଳସ।


ସମସ୍ତ ଦୃଷ୍ଟିରୁ ବିଚାର କରିଲେ

    ଶୀତ ଦିନ ଆମ ମିତ,

ରକ୍ତ ସଞ୍ଚାଳନ ଭଲ ହୋଇଥାଏ

    ଦେହ ପାଇଁ ତାହା ହିତ।


Rate this content
Log in

Similar oriya poem from Inspirational