ମୋ କୁନି ରଥ
ମୋ କୁନି ରଥ
କୁନି ରଥ କୁ ସଜାଇ ଦେଲି ଆସ ମୋ ଠାକୁରେ
ପୂଜା ଵିଧି ଜାଣି ନାହିଁ ଡାକୁଅଛି ଶରଧା ରେ
ଏନ୍ତୁଡ଼ିଶାଳୁ ଦେଖି ଥିଲି ତୁମର ମୁହଁ
ଜ୍ଞାନକୁ ପାଇ ଜାଣିଲି ତୁମେ ବଡ଼ ଦିଅଁ
ତୁମ ବିନା ଆଉ କିଛି ଭଲ ଲାଗେ ନାହିଁ
ସବୁ କିଛି ଭୁଲି ଗଲି ଏକା ତୁମ ପାଇଁ
ଝୁଲାଇ ଦେବି ବସାଇ ଦେବି ତୁମକୁ ରଥରେ
ସାଙ୍ଗ ସାଥି ଲୋଡ଼ା ନାହିଁ କି ହେବ ମୋହର
ତୁମେ ହେଲ ମୋର ବନ୍ଧୁ ଜୀବନ ଯାକର
ସିଲଟ ହାତେ ଧରି ଲେଖି ଥିଲି ଶୁନକୁ
ଶୁନ ମଧେ ଦେଖିଥିଲି ତୁମରି ମୁଖ କୁ
ରଥ ଟାଣିବି ବୁଲାଇ ଦେବି ତୁମକୁ ଦାଣ୍ଡରେ ।