ବାପା
ବାପା
ହାତ ଧରି ଥାଏ ଏକା
ଯା ବିନା ସବୁ ଫିକା
ସେ ମୋ ବାପା !ସେ ମୋ ବାପା
ବାପା ଠାରୁ ବଡ଼ କେହି ତ ନାହିଁ
ନିଜ ସୁଖ ଯିଏ ଦେଖଇ ନାହିଁ
ଲୁହ ଲୋହୁ ପି ଯିଏ ଚାଲଇ ଏକା
ସେ ମୋ ବାପା !ସେ ମୋ ବାପା
ଆମ ଖୁସି ଦେଖି ଯିଏ ଖୁସି ହୁଏ
ଆମ ମନ ଜାଣି ସବୁ ତ ଖୁଆଏ
ନିଜେ କାନ୍ଧେ ବୋହି ବୁଲାଏ ଯେ ଏକା
ସେ ମୋ ବାପା !ସେ ମୋ ବାପା
ଘରର କଥା କୁ ଯିଏ ବୁଝୁ ଥାଏ
ଆମକୁ ମଣିଷ ଯିଏ କରି ଦିଏ
ସାହା ଭରସା ଯିଏ ହୋଇ ଥାଏ ଏକା
ସେ ମୋ ବାପା ! ସେ ମୋ ବାପା
ମଲା ଯାଏଁ ସବୁ କଷ୍ଟ ସହି ଯାଏ
ନିଜ ପିଲା ପାଇଁ ସବୁ କରି ଦିଏ
ହୃଦୟୁ ଆଶିଷ ଦେଇ ପାରେ ଏକା
ସେ ମୋ ବାପା!ସେ ମୋ ବାପା